
ହିନ୍ଦୋଳ -ଅଦ୍ୟ ତା-06-05-2026- ରିଖ ଦିନ ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ପାରିକୁଳ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଅଛି | ଉକ୍ତ କାର୍ଯ୍ୟକ୍ରମରେ ତା 30-04-2026 ରିଖରେ ଅନୁଷ୍ଠାନରୁ ଅବସର ଗ୍ରହଣ କରିଥିବା ପାଠାଗାର ପରିଚାରକ ଶ୍ରୀଯୁକ୍ତ ନବକିଶୋର ପ୍ରଧାନଙ୍କୁ, ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ପାତ୍ର ତଥା ସମସ୍ତ କର୍ମଚାରୀ ବୃନ୍ଦ ପୁଷ୍ପଗୁଚ୍ଛ ଓ ମାନପତ୍ର ସହିତ ଅବସର ସମ୍ବର୍ଦ୍ଧନା ଜଣାଇଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଧୀରେନ୍ କୁମାର ପାଣି ଓ ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ଦାଶରଥି ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ | ଏଥି ସହିତ ଅନୁଷ୍ଠାନ ର ଅର୍ଥଶାସ୍ତ୍ର ଅଧ୍ୟାପିକା ଶ୍ରୀମତୀ ସମିତା ସାହୁ, ଖେଳ ଶିକ୍ଷକ ଶ୍ରୀଯୁକ୍ତ ବିପ୍ରବର ଗଡନାୟକ, ଆସିଷ୍ଟାଣ୍ଟ ଲାଇବ୍ରେରୀଆନ ଶ୍ରୀଯୁକ୍ତ ମନୋରଞ୍ଜନ ଗଡନାୟକ ଉକ୍ତ କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ସମ୍ପାଦନ କରାଇଥିଲେ | ପରିଶେଷରେ ସମସ୍ତଙ୍କୁ ଧନ୍ଯବାଦ୍ ଅର୍ପଣ ସହ ଶ୍ରୀଯୁକ୍ତ ନବକିଶୋର ପ୍ରଧାନଙ୍କର ଦୀର୍ଘ ଆୟୁ କାମନା କରି ସଭା ସମାପ୍ତ ହୋଇଥିଲା |


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-13-scaled.jpg)

