
ବଅଁରପାଳ – ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଦ୍ଵାରା ବାଲ୍ୟ ବିବାହ ବଡ ହିଁସର ଗ୍ରାମରେ ଯୋଷମତି ସାହୁ,ଙ୍କ ଝିଅ ବାଲ୍ୟବିବାହ ଆୟୋଜନ ହେଉଥିବାର ଖବର ପାଇ ସମନ୍ଵିତ ଶିଶୁ ପ୍ରକଳ୍ପ ଅଧିକାରୀ , ବଅଁରପାଳ , ଆଇସିଡସ ସୁପରଭାଇଜାର ରଞ୍ଜିତା ମାଡ଼lମ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ବିଷ୍ଣୁ ପ୍ରସାଦ ପାତ୍ର,ବିଶ୍ଵ ୟୁବକେନ୍ଦ୍ର ର , ପ୍ରକଳ୍ପ ସହାୟିକା, ଲକ୍ଷ୍ମୀ ବେହେରା, ସୋନାଲିଷl ଶବର ଅଙ୍ଗନୱାଡ଼ି କର୍ମୀ , ଆଶା, ସି ଆର ପି, ଗ୍ରାମ ସଭାପତି ମାନଙ୍କ ମିଳିତ ଉଦ୍ୟମରେ ସେଠାରେ ପହଞ୍ଚି ଝିଅ ର ପିତା ମାତାଙ୍କୁ ବାଲ୍ୟବିବାହର କୁପରିଣାମ , ସ୍ୱାସ୍ଥ୍ୟ ଗତ ସମସ୍ୟା,ବାଲ୍ୟ ବିବାହ ନିଷେଧ ଆଇନ-୨୦୦୬ ବିଷୟରେ ଅବଗତ କରାଗଲା ଏବଂ ଚୁକ୍ତିନାମା ସ୍ୱାକ୍ଷର କରlଗଲା l




