ତେଲେଙ୍ଗାନା : POCSO ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ । କେନ୍ଦ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାରଙ୍କ ପୁଅ ବନ୍ଦୀ ଭଗୀରଥ ସାଇକୁ ତେଲେଙ୍ଗାନା ପୋଲିସ ଶନିବାର ଗିରଫ କରିଛି। ତେବେ କେନ୍ଦ୍ରମନ୍ତ୍ରୀ ପୁଅକୁ ସରେଣ୍ଡର କରାଇଥିବାର ଦାବି କରୁଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ପୁଅ ବିରୋଧରେ ନାବାଳିକା ପ୍ରତି ବଳାତ୍କାର ଅଭିଯୋଗ ରହିଛି।
ମାମଲାରେ ବନ୍ଦୀ ଭଗୀରଥ ସାଇର ଗିରଫ ପାଇଁ ପୋଲିସ ‘ଲୁକ୍ ଆଉଟ୍ ସର୍କୁଲାର’ ଜାରି କରିଥିଲା। ବଳାତ୍କାର ଅଭିଯୋଗ ପରେ ବି.ଭଗୀରଥ ସାଇର ଗିରଫ ପାଇଁ ସାଇବରାବାଦ ପୋଲିସ ୫ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ତେଲେଙ୍ଗାନାରେ ପଞ୍ଜିକୃତ POCSO ମାମଲା ସହିତ ଜଡିତ କେନ୍ଦ୍ର ମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାରଙ୍କ ପୁଅ ବନ୍ଦୀ ଭାଗୀରଥଙ୍କୁ ଗିରଫ କରିବା ପରେ ମାଜିଷ୍ଟ୍ରେଟ ତାଙ୍କୁ ମେ 29 ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-4-scaled.jpg)
