ତାଳଚେରରେ ଭାଙ୍ଗିବ କି ବିଜେଡ଼ି ଗଡ଼ ଉପନଗରପାଳ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ନେଲା ରୋଚକମୋଡ଼

ତାଳଚେର, ୨୬/୦୫ ତାଳଚେର ପୌରପରିଷଦ ଉପନଗରପାଳ କାର୍ଯ୍ୟ କରିବା ଅସମର୍ଥ ଓ ଦୀର୍ଘଦିନ ହେବ କାଉନସିଲ ବୈଠକରେ ଅନୁପସ୍ଥିତ ରହୁଥିବାରୁ ବିଜେଡ଼ି ଦଳର ଉପନଗରପାଳ ଶୁଭଶ୍ରୀ ଶୁସ୍ମିତା ପ୍ରଧାନଙ୍କ ବିରୁଦ୍ଧରେ ଅଣାଯାଇଥିଲା ଅନସ୍ତା ପ୍ରସ୍ତାବ । ଅନୁଗୋଳ ଜିଲ୍ଳାପାଳଙ୍କ ଚିଠି ଅନୁଯାୟୀ ଆଜି ଏହି ଅନାସ୍ତା ପ୍ରସ୍ତାବରେ ବିଜେପିର ୧୬ ଓ ବିଜେଡ଼ିର ୩ଜଣ କାଉନସିଲର ଭୋଟ ଦେବାପାଇଁ ସକାଳ ୧୦ଘଟିକା ସମୟରେ କାର୍ଯ୍ୟାଳୟକୁ ଆସି ଭୋଟ ଦେଇଥିଲେ । ମାତ୍ର ବିଜେଡ଼ି ଦଳର ୩ଜଣ କାଉନସିଲର ସରକାରଙ୍କ ସପକ୍ଷରେଭୋଟ ଦେଇଥିବା କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ଆଶ୍ଚର୍ଯ୍ୟର କଥା ଯେ, ଅନସ୍ତାପ୍ରସ୍ତାବ ଅଣାଯାଇଥିବା ଉପନଗରପାଳ ନିଜେ ବିଜେପିକୁ ଭୋଟ ଦେଇଥିବାରୁ ଏହା ଏକ ରୋଚକମାଡ଼େରେ ପଂହଚିଥିବା କୁହାଯାଉଛି । ୱାର୍ଡ଼ ନଂ- ୧ ଆସିଫ ଖାନ, ୨- ଯଶୋବନ୍ତ ମିଶ୍ର, ୩ନଂ- ଲିପିକା ବେହେରା, ୬ନଂ- ଜିତେନ୍ଦ୍ର ଭୂତିଆ, ୮ନଂ- ସନ୍ତୋଷ ବେହେରା, ୯ନଂ- ମମତା ରାଉତ, ୧୦ନଂ- ଅଜିତ ସାହୁ, ୧୧ନଂ- ନିରୁପମା ପଟ୍ଟନାୟକ, ୧୨ନଂ- ସଞ୍ଜିବ ଗଡ଼ନାୟକ, ୧୪ନଂ- ବଲବିନ୍ଦର କୌର, ୧୫ନଂ- ସରିତାପାଳ, ୧୬ନଂ- ସ୍ୱାଧିନ ଥମ୍ବ, ୧୮ନଂ- ଲୀନା ସାହୁ, ୨୦ନଂ- ସାନ୍ତନୁ ମିଶ୍ର, ୨୧ନଂ- ଅନିତା ବିଶ୍ୱାଳ ଏପରିକି ବିଜେପିର ୧୬ଜଣ କାଉନସିଲର ଓ ବିଜେଡ଼ିର ଉପନଗରପାଳ ଶୁଭଶ୍ରୀ ଶୁସ୍ମିତା ପ୍ରଧାନ, ୧୩ନଂ- ରୂପଶ୍ରୀ ସ୍ୱାଇଁ, ୧୭ ନଂ- ଅମ୍ବିକା ବେହେରା ଭୋଟରେ ଭାଗ ନେଇଥିବା ବେଳେ ବିଜେଡ଼ିର ଆଉ ଦୁଇଜଣ କାଉନସିଲର ଭୋଟ ଦେବାକୁ ଆସିନଥିଲେ । ତେବେ ଏସମ୍ପର୍କରେ ନଗରପାଳ ପବିତ୍ର ଭୂତିଆ ପୂର୍ବରୁ ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦେଇଥିବା ବେଳେ ସେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିତୀଆଦର୍ଶକୁ ପାଥେୟକରି ତାଳଚେର ବିକାଶକୁ ତ୍ୱରାନ୍ୱିତ କରିବାନେଇ କାଉନସିଲରମାନଙ୍କୁ ଏକତ୍ରିତ କରି ଆଗାମୀ ଦିନରେ ଗେରୁଆମୟ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ତେବେ କଥା ଆସୁଛି, ତାଳଚେର ବ୍ଲକ ଚେୟାରମ୍ୟାନ ବିଜେଡ଼ି ଦଳର ହୋଇଥିବା ବେଳେ ବିଜେଡ଼ିର ଦୁର୍ଗ ସ୍ଥିର ରହିଛି ଓ ଏହା ବିରୁଦ୍ଧରେ ଅନାସ୍ତ ପ୍ରସ୍ତାବ ଆସିବ କେବେ ବୋଲି ବିଭିନ୍ନ କଳ୍ପନାଜଳ୍ପନା ବୃଦ୍ଧି ପାଇଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-13-scaled.jpg)

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"327443888049211","type":"ugc"},{"id":"436820509039211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_26-05-27_06-10-24-126.jpg)
