କଟକ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ୨୬୧ଜଣ ପ୍ରତିଯୋଗି ଅଂଶଗ୍ରହଣ କଲେ

ଚଳିତ ମେ’ ମାସ ୨୬ତାରିଖରେ କଟକର ଅଲମ୍ପିକ ଭବନ ଥିବା ହର୍ଷ ଗେଟ ହଲ ଠାରେ ୬ଷ୍ଠ କଟକ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି. ଏହି ପ୍ରତିଯୋଗିତାରେ କିରୋଗୀ ଓ ପୁମସେ ଦୁଇଟି ଇଭେଣ୍ଟରେ ୧୪୯ ଜଣ ବାଳକ ପ୍ରତିଯୋଗି ଓ ୧୧୨ଜଣ ବାଳିକା ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି.
କଟକ ଜିଲାରୁ ୪ଟି ଏକାଡେମୀ ଯଥା ଶିବା ଟାଏକୋଣ୍ଡୋ ଏକାଡେମୀ, କୋରିଆନ ମାର୍ସଲ ଆର୍ଟ୍ସ ସ୍କୁଲ,କିଡ୍ସ ଟାଏକୋଣ୍ଡୋ ଏକାଡେମୀ, ବ୍ଲାକହକ ଟାଏକୋଣ୍ଡୋ ଏକାଡେମରୁ ୨୬୧ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି.
ଓଡିଶା ଟାଏକୋଣ୍ଡୋ ସଂଘରୁ ୮ଜଣ ଜାତୀୟ ରେଫରୀ ପ୍ରତିଯୋଗିତାକୁ ପରିଚାଳନା କରିବା ପାଇଁ ମନୋନୀତ ହେଇଛନ୍ତି.
ଜିଲ୍ଲା ସଂଘର କୋଚ ପ୍ରଦୀପ କୁମାର କାଣ୍ଡି, ଅଭିଷେକ ସାହୁ, ସାଗରୀକା ନାୟକ, ସୌମ୍ୟମିକି ମହାନ୍ତି ନିଜ ନିଜ ଏକାଡେମୀରୁ ପ୍ରତିନିଧିତ୍ୱ କରିଛନ୍ତି.
ସକାଳ ଉଥଘାଟନ ଉତ୍ସବ ରେ ଅନ୍ତର୍ଜାତୀୟ ଟାଏକୋଣ୍ଡୋ ମାଷ୍ଟର ତଥା ରାଜ୍ୟ ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀ ମନମୋହନ ଭଞ୍ଜ ପ୍ରତିଯୋଗୀତା କୁ ଆରମ୍ବ କରିଥିଲେ.
ଜାତୀୟ ରେଫରୀ ଅଜୟ କୁମାର ସାହୁ,ମନ୍ମଥ ବାରିକ,ଅଭିଜିତ ସାହୁ, ପବିତ୍ର ରଣା, ଏସ. କେ. ତାଫିରୁଦ୍ଦିନ, ମୋନିକା ପଳେଇ, ମିତାଲି ରାଉଳ ମନୋନୀତ ହେଇଛନ୍ତି.
ଜିଲ୍ଲା ସଂଘର ସଭାପତି ଶ୍ରୀ ନିଶାର ଅହମଦ, ଉପସଭାପତି ଶ୍ରୀ ପ୍ରଶାନ୍ତ ସାହୁ, ସଦସ୍ୟ ତାଉଫିକ ବକ୍ସ ଉପସ୍ଥିତ ଥିଲେ.
ଜିଲ୍ଲା ସମ୍ପାଦକ ସମସ୍ତ ଅଭିଭାବକମାନଙ୍କୁ ପିଲାମାନଙ୍କୁ ପ୍ରତିଯୋଗିତାରେ ଖେଳେଇବା ପାଇଁ ଧନ୍ୟବାଦ ଦେଇଛନ୍ତି
ସର୍ବ ଶେଷରେ ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ଖେଳ ର ପ୍ରସାର ପ୍ରଚାର ଓ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି।



