ପୌରପିଷଦ ଉପ-ନଗରପାଳ ବିରୁଦ୍ଧରେ ଅନାସ୍ତ ପ୍ରସ୍ତାବ ସପଖ୍ୟରେ ସମସ୍ତ ୧୯ଖଣ୍ଡ ଭୋଟ।।

ନିଜେ ନିଜ ବିରୁଦ୍ଧରେ ଭୋଟ ଦେଲେ ବିଜେଡ଼ିର ଉପନଗର ପାଳ।।
ତାଳଚେର, ୦୮/୦୫ ତାଳଚେର ପୌରପରିଷଦ ଉପନଗରପାଳ କାର୍ଯ୍ୟ କରିବା ଅସମର୍ଥ ଓ ଦୀର୍ଘଦିନ ହେବ କାଉନସିଲ ବୈଠକରେ ଅନୁପସ୍ଥିତ ରହୁଥିବାରୁ ବିଜେଡ଼ି ଦଳର ଉପନଗରପାଳ ଶୁଭଶ୍ରୀ ଶୁସ୍ମିତା ପ୍ରଧାନଙ୍କ ବିରୁଦ୍ଧରେ ଅଣାଯାଇଥିଲା ଅନସ୍ତା ପ୍ରସ୍ତାବ । ବିଜେପିର ୧୬ଜଣ କାଉନସିଲର ମାନେ ଆଜି ଅନୁଗୋଳ ଜିଲ୍ଳାପାଳଙ୍କ ଧାର୍ଯ୍ୟ ତାରିଖ କ୍ରମେ ସକାଳ ୧୦.୩୦ ସମୟରେ ପୌର ପରିଷଦ କାର୍ଯ୍ୟଳୟ ଠାରେ ପହଞ୍ଚି ଥିଲେ । ପ୍ରକାଶ ଥାଉକି, ୨୧ଟି ୱାର୍ଡ଼କୁ ନେଇ ତାଳଚେର ପୌରପରିଷଦ ଗଠନ କରାଯାଇଥିବା ବେଳେ ବିଗତ ଦିନରେ ତାଳଚେର ନଗରପାଳ ସମେତ ସର୍ବାଧିକ କାଉନସିଲର ବିଜେପିରେ ଯୋଗଦାନ କରିବାପରେ ବିଜେଡ଼ିର ମାତ୍ର ୫ଜଣ କାଉନସିଲର ରହିଛନ୍ତି । କିନ୍ତୁ ଆଜି ଭୋଟ ବେଳେ ରୋଚକ ଖବର ମିଳିଥିଲା ଯେ ବିଜେଡ଼ିର ୫ଜଣ କାଉନସିଲର ମଧ୍ୟରୁ ୨ଜଣ ଅନୁପସ୍ଥିତ ଥିବା ବେଳେ ବାକି ୩ଜଣ ୧୩,୧୯, ୧୭ ୱାର୍ଡ ନମ୍ବର ସଦସ୍ୟା ମାନେ ଅନସ୍ତା ସପକ୍ଷରେ ଭୋଟ ଦେଇଥିଲେ। ଏପରିକି ନିଜେ ଉପନଗର ପାଳ ଶୁଭଶ୍ରୀ ପ୍ରଧାନ ମଧ୍ଯ ନିଜ ବିରୁଦ୍ଧରେ ଭୋଟ ଟି ଦେଇଥିଲେ। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗୋଟିଏ ପଟେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଅନୁଗୁଳ ଜିଲ୍ଲା ବିଜେଡ଼ି ସଭାପତି ଥିବା ବେଳେ ଅନ୍ୟପଟେ ବିଜେପିର ଟାଣୁଆ ନେତା ଯଯାତି କେଶରୀ ପଟନାୟକ ବିଜେପି ସଭାପତି ରହିଛନ୍ତି। ଉଭୟେ ତାଳଚେର ର ବାସିନ୍ଦା ହୋଇ ଥିବା ବେଳେ ଆଜି ଉଭୟଙ୍କ ଗୋଟି ଚାଳନାରେ ବିଧାୟକ ଙ୍କୁ ପଛରେ ପକାଇ ଦେଇଛନ୍ତି ବିଜେପି ନେତା ଯଯାତି ପଟ୍ଟନାୟକ । ଅନ୍ୟପକ୍ଷରେ ନଗର ପାଳ ପବିତ୍ର ଭୂତିଆ ଙ୍କ ବିକାଶ ମୂଳକ କାର୍ଯ୍ୟ ସହିତ କାଉନସିଲର ମାନଙ୍କ ସହିତ ଉତ୍ତମ ସମ୍ପର୍କ ଯୋଗୁଁ ଆଜିର ଫଳାଫଳ ତଥା ବିଜେପି ର ପଲା ଭାରି ରହୁଥିବା କୁହାଯାଉଛି। ତେବେ ଆଜି ଏହି ଉପନଗର ପାଳ ଅନାସ୍ଥା ରେ ବିଯେପି ରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ବିଜେଡ଼ି ଶିବିରରେ ନରାଶ୍ୟ ଭାବ ସୃଷ୍ଟି ହୋଇଛି।। ଏହି ଅନାସ୍ଥା ଭୋଟ ରେ ତାଳଚେର ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ ଉପସ୍ଥିତ ରହି ପରିଚାଳନା କରିଥଲେ। ତେବେ ଆଗାମୀ ଦିନରେ ଉପ ଜିଲ୍ଲାପାଳ ନୀତି ନିୟମ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ପ୍ରକାଶ କରିଥିଲେ।।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"327443888049211","type":"ugc"},{"id":"436820509039211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_26-05-27_06-10-24-126.jpg)


