ବ୍ରଜ ଘାତରେ ବଳଦର୍ ମୃତ୍ୟୁ ଘଟଣା,
ଗୋଲାମୁଣ୍ଡା/୪/୬/୨୬/(ଅକ୍ଷର ଓଡ଼ିଶା ପ୍ରତିନିଧି/ବ୍ରଜ ଘାତରେ ବଲଦର ମୃତୁ ଘଟିଛି, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ବୃନ୍ଦା ବାହାଲ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ବୈଜଲ ପୁର ଗ୍ରାମର ପୁରୁଷୋତ୍ତମ ଭାଟି ଙ୍କ ବଳଦ ବଜ୍ର ପାତରେ ମୃତ୍ୟୁ ଘଟିଛି, ପୁରୁଷୋତ୍ତମ ଭାଟି ଜଣେ ସାଧାରଣ ଚାଷୀ ଅଟନ୍ତି, ଆଜି ଅପରାହ୍ନ ଚାରିଟା ସମୟରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ସହିତ ବିଜୁଳି ପ୍ରବଳ ହେବାରୁ ବାହାରେ ଥିବା ବଳଦ ଉପରେ ବଜ୍ରପାତ ପଡ଼ିବାରୁ ବଳଦର ମୃତ୍ୟୁ ହୋଇଛି, ପ୍ରସାଶନ ପକ୍ଷରୁ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ପୁରୁଷୋତ୍ତମ ଭାଟି ଙ୍କୁ କ୍ଷୟ କ୍ଷତି ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି, ଏ ନେଇ ଗୋଷ୍ଠି ପ୍ରାଣୀ ସମ୍ପଦ ଚିକିତ୍ସକମଞ୍ଜୁଲତା ବାଗ ଙ୍କୁ ଫୋନ ଯୋଗେ ପଚାରିବାରୁ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ,କଳାହାଣ୍ଡି ଗୋଲାମୁଣ୍ଡା ରୁ କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତଭାରତ ନିୟୁଜ



