ତ୍ରୀକୋଣୀୟ ପ୍ରେମର କରୁଣ ପରିଣତି, ଜୀବନ ସ୍ୱାହା।
ତ୍ରିକୋଣିୟ ପ୍ରେମର କରୁଣ ପରିଣତି ଜୀବନ ସ୍ୱାହା। କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତରେ ସାମ୍ନାକୁ ଆସିଛି ଏକ ବିଭତ୍ସ ହତ୍ୟାକାଣ୍ଡ। ପ୍ରେମିକାକୁ ନୃଶଂସଭାବେ ହତ୍ୟା ପରେ ଜଙ୍ଗଲ ଭିତରେ ପୋତିଦେଇ ଥିଲା ପ୍ରେମିକ । ହତ୍ୟାର ୨୫ ଦିନ ପରେ ମାଟି ତଳୁ ଯୁବତୀଙ୍କ ଗଳିତ ଶବ ଉଦ୍ଧାର କଲା ବଡ଼ବିଲ ପୋଲିସ୍ । ବଡ଼ବିଲ ଅନ୍ତର୍ଗତ ଥାନା ଝାଡ଼ଗାଁର ଅନୀତା ନାମକ ଝିଅକୁ ସେହି ଗ୍ରାମର ସଂଗ୍ରାମ ଆଲଦା ପ୍ରେମ କରୁଥିଲା । ତେବେ ଗତ କିଛିମାସ ହେବ ସଂଗ୍ରାମକୁ ଛାଡି ଅନୀତା ଆଉ ଏକ ଯୁବକକୁ ଭଲ ପାଇବାକୁ ନେଇ ପ୍ରତିହିଂସା ପରାୟଣ ହୋଇ ସଂଗ୍ରାମ ଗତ ମାସ ୧୧ ତାରିଖରେ ଯୁବତୀ ଅନିତା ମହାକୁଡ଼ କୁ ହତ୍ୟା ପରେ ଜଙ୍ଗଲ ଭିତରେ ପୋତି ଦେଇଥିଲା । ଯୁବତୀ ନିଖୋଜ ହେବା ନେଇ ପରିବାର ଲୋକ ପୋଲିସର ଦ୍ବାରସ୍ଥ ହେବା ପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା । ଏହା ଏକ ହତ୍ୟାକାଣ୍ଡ ସନ୍ଦେହ କରି ଅଭିଯୁକ୍ତ କୁ ଗିରଫ କରି ତଦନ୍ତ ପରେ ପୋଲିସ ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଥିଲା। ରଇଡ଼ା ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରେ ପ୍ରେମିକ ଯୁବତୀ କୁ ହତ୍ୟା କରି ମୃତଦେହ ପୋତିଥିବା ନେଇ ଜଣାଇବା ପରେ ପୋତି ଥିବା ସ୍ଥାନ ଦେଖାଇଥିଲା ଅଭିଯୁକ୍ତ । ତେବେ ବଡ଼ବିଲ ପୋଲିସ୍ ଟିମ୍ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା। ଗିରଫ ଅଭିଯୁକ୍ତ ଠାରୁ ବଡ଼ବିଲ ପୋଲିସ୍ ହତ୍ୟାକାଣ୍ଡ ରେ ବ୍ୟବହୃତ ଏକ ଛୁରୀ, ଗୋଟିଏ ମୋଟର ସାଇକେଲ ଓ ଏକ ମୋବାଇଲ ଫୋନ୍ ଜବତ୍ କରିଥିବା ବେଳେ ଅଭିଯୁକ୍ତ ସଂଗ୍ରାମ କୁ କୋର୍ଟ ଚାଲାଣ କରିଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



