ଯୋଡାଥାନା ଅନ୍ତର୍ଗତ ବାଂଶପାଣି ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେମୃତ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ପରିଲକ୍ଷିତ ହୁଏ। ପ୍ରାୟ ପ୍ରତ୍ୟେକ ଦିନ କୋଉଠି ନା କୋଉଠି ସଡ଼କ ଦୁର୍ଘଟଣାରେ କାହାରି ନା କାହାରି ଜୀବନ ଯାଉଛି । ସେହିଭଳି ଏକ ଦୁର୍ଘଟଣା ସାମ୍ନାକୁ ଆସିଛି। କେନ୍ଦୁଝର ଜିଲ୍ଲା ଯୋଡା ଯୋଡ଼ା ଥାନା ଅନ୍ତର୍ଗତ ବାଂଶପାଣି ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଟ୍ରକ୍ ମାଲିକଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା। ମୃତକ ଜଣକ ହେଲେ ଯୁରୁଡ଼ି ଅଞ୍ଚଳର ୪୩ ବର୍ଷିୟ ଏସ.କେ. ସଲାଉଦ୍ଦିନ୍ । ସେ ଜଣେ ଲେଦ୍ ମାଲିକ ହୋଇଥିବା ସହ ଟ୍ରକ୍ ବ୍ୟବସାୟ ସହିତ ମଧ୍ୟ ଜଡିତ। ଆଜି ଅପରାହ୍ନରେ ସଲାଉଦ୍ଦିନ୍, ଯୋଡା ଟ୍ରକ୍ ମାଲିକ ସଂଘରୁ ଡି.ଓ. ନେଇ 0D 09T 4766 ନମ୍ବର୍ ବିଶିଷ୍ଟ ଏକ ମୋଟରସାଇକେଲରେ ଜୁରୁଡ଼ିକୁ ଫେରୁଥିଲେ। OD 09V 2717 ନମ୍ବର୍ ବିଶିଷ୍ଟ ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା ଫଳରେ ହାଇୱାର ପଛ ଚକା ତାଙ୍କ ଉପରେ ଚଢ଼ିଯାଇଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା। ଖବର ପାଇ ଯୋଡ଼ା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ମୋଟରସାଇକେଲ ଓ ହାଇୱାକୁ ଜବତ କରି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



