ନୀତା ନୃତ୍ୟାଙ୍ଗନା ଛାତ୍ରୀ ଙ୍କ ସଫଳତା
ହିମାଚଳପ୍ରଦେଶ ଶିମଲା ସ୍ଥିତ କାଲିବାରି ହଲ୍ ଠାରେ ରେ ଅନୁଷ୍ଠିତ ହେଉଥିବା ୭୧ତମ ଏଲ ଇଣ୍ଡିଆ ଆର୍ଟିଷ୍ଟ ଆସୋସିଏସନ୍ ତରଫରୁ ନୃତ୍ୟ ଓ ନାଟକ ପ୍ରତିଯୋଗିତା ଜୁନ୍ ୬ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।ଏଥିରେ ନୀତା ନୃତ୍ୟାଙ୍ଗନା ( ନୃତ୍ୟ ଓ ସଙ୍ଗୀତ) ଅନୁଷ୍ଠାନ ର ସମୀକ୍ଷା ପଣ୍ଡା ଓ ଦିବ୍ୟାଂଶୀ ଦାଶ ସର୍ବକନିଷ୍ଠ ବିଭାଗ ରେ ଏକକ ଲୋକ ନୃତ୍ୟ( ସମ୍ବଲପୁରୀ) ରେ ଅଂଶ ଗ୍ରହଣ କରିଥିଲେ | ଏହି ପ୍ରତିଯୋଗିତା ରେ ୨୬୦ ଜଣ ରୁ ଅଧିକ ବିଭିନ୍ନ ରାଜ୍ୟ କଳାକାର ଭାଗ ନେଇଥିବା ବେଳେ ନୀତା ନୃତ୍ୟାଙ୍ଗନା ର ସମୀକ୍ଷା ପଣ୍ଡା ଓ ଦିବ୍ୟାଂଶୀ ଦାଶ ଯୁଗ୍ମ ଭାବରେ ୨ୟ ସ୍ଥାନ ଅଧିକାର କରି ରାଜ୍ୟ ଓ ଢେଙ୍କାନାଳ ଜିଲ୍ଲା ପାଇଁ ଗୌରବ ଆଣି ପାରିଛନ୍ତି| ନୃତ୍ୟ ଗୁରୁ ଆଶିଷ କୁମାର ପାଲ ଓ ଅଜିତ୍ ପାଲ ଙ୍କ ତତ୍ୱାବଧାନ ରେ ଛାତ୍ରୀ ମାନେ ନୃତ୍ୟ ଶିକ୍ଷ୍ୟା କରିଥିଲେ | ଏହି କାର୍ଯ୍ୟକ୍ରମ ରେ ବଲିଉଡ ର ସିନେ ତାରକାରୋହିତଶଭଗୌର, ଉପସଭାପତି ରେଖା ଗୌର ଓ ସମ୍ପାଦକ ସୁନ୍ଦର୍ଦଶ ହେମ୍ନନି କଳାକାର ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ|



