ଜଗନ୍ନାଥମୟ ପରିବେଶ ଭିତରେ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଗ୍ରାମରେ ନୂତନ ଅସ୍ଥାୟୀ ମନ୍ଦିର ପ୍ରତିଷ୍ଠା କରାଯାଇ ପ୍ରଭୂ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଚତୁର୍ଦ୍ଧା ମୂରତିଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇ ଗତ ଚାରିଦିନ ଧରି ଶ୍ରୀ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରଥମ ଦିନ ନୂତନ ବିଗ୍ରହଙ୍କୁ ସ୍ଵାଗତ, ନଗର ପରିକ୍ରମା , କଳସ ଯାତ୍ରା ଓ ନିଶା ରାତ୍ରିରେ ପ୍ରଭୁଙ୍କ ବ୍ରହ୍ମ ପୂଜା ,ଦିତୀୟ ଦିନରେ କୁଣ୍ଡ ମଣ୍ଡଳ ପୂଜା, ମହା ଆଳତି, ସୂର୍ଯ୍ୟ ପୂଜା ମହାସ୍ନାନ, ହୋମ ଯଜ୍ଞ, ତୃତୀୟ ଦିନରେ ପାର୍ଶ୍ୱ ଦେବା ଦେବୀ ପୂଜା ଓ ଚତୁର୍ଥ ଦିନରେ ଚକ୍ଷୁ ଦାନ, ପ୍ରାଣ ପ୍ରତିଷ୍ଠା, ନବଗ୍ରହ ଦଶଦିଗପାଳ ପୂଜା, ବାସ୍ତୁ ପୂଜା, ମନ୍ଦିର ପରିକ୍ରମା ଓ ପୂର୍ଣ୍ଣାହୁତି ଓ ପ୍ରତି ଦିନ ମହା ଆଳତି, ସୁର୍ୟ ପୂଜା, ସ୍ନାନ ମଣ୍ଡପରେ ମହାସ୍ନାନ କରାଯାଇଥିଲା। କମିଟି ସଭାପତି ପ୍ରଦୀପ ଘଡ଼େଇ, ଉପ ସଭାପତି ତରୁଣ କୁମାର ଦାଶ, ସମ୍ପାଦକ ମନୋରଞ୍ଜନ ବିଶି, ଯୁଗ୍ମ ସମ୍ପାଦକ ଅଜିତ ପ୍ରଧାନୀ, କୋଷାଧକ୍ଷ ଅଚ୍ୟୁତାନନ୍ଦ ଘଡ଼େଇ ସହ କୋଷାଧକ୍ଷ ଧବଳେଶ୍ୱର ଠେଲା ଏବଂ ରଘୁବୀର ନାଗ, ବଳରାମ ବେହେରା, କିଶୋର ହରପାଲ, ବଟକୃଷ୍ଣ ପୃଷ୍ଟି, ସୁରେଶ ଅଗ୍ରୱାଲ, ସୁବାଷ ନାୟକ, ବିରଞ୍ଚି ପ୍ରଧାନୀ,ଅନନ୍ତରାମ ପ୍ରଧାନୀ, ବିଶ୍ୱନାଥ ଘଡ଼େଇ, ଜିତୁ ସାହୁ ଓ ଲାଞ୍ଜିଗଡ଼ ବ୍ଲକର ପ୍ରତେକ ପଞ୍ଚାୟତର ଅନେକ ଭକ୍ତ ବିଶ୍ୱନାଥପୁର ଗ୍ରାମର ଆବାଳ ବୃଦ୍ଧ ବନିତା ତନ ମନ ଧନ ଦେଇ ଏହି ଭବ୍ୟ ସମାରୋହକୁ ମହା ଆଡମ୍ବରରେ ପାଳନ କରିଥିଲେ। ପୁରୋହିତ କୈଳାସ ଚନ୍ଦ୍ର ଦାସ, ପ୍ରଶାନ୍ତ କୁମାର ଦାଶ, ମାୟାଧର ଶତପଥୀ, ସୌମ୍ୟରଞ୍ଜନ କର, ରାଜେନ୍ଦ୍ର ପଣ୍ଡା, ନିରୋଜ କୁମାର ଦାଶ, ଯତୀନ୍ଦ୍ର ନନ୍ଦ, ସୁଶାନ୍ତ ଦାସ, ମିଶ୍ର ବାବୁ ଓ ମନୀଷ ପୂଜା କାର୍ଯ୍ୟ ଅତି ସୂଚାରୁ ରୂପରେ ତୁଲାଇ ଥିଲେ। ନୂତନ ରଥ ତିଆରି କରିବା ପାଇଁ ତିନିଜଣ ମହାରଣା ତଥା ନିତ୍ୟାନନ୍ଦ ମହାରଣା, ପ୍ରକାଶ ମହାରଣା ଓ ବାଙ୍କନିଧି ମହାରଣା ସୁଦୂର ନୟାଗଡ଼ ଠାରୁ ଆସିଥିଲେ। ନୂତନ ବିଗ୍ରହ ସ୍ୱାଗତ ସମୟରେ ଭକ୍ତଙ୍କଭାବ ବିହ୍ୱଳ ନାଚ ସମସ୍ତଙ୍କୁ ମନ କିଣିନେଇଥିଲା ବହୁତ ଦିନର ଅଭିଳାଷ ପୂର୍ଣ୍ଣ ହେଲା ବୋଲି ସଭାପତି ପ୍ରଦୀପ ଘଡ଼େଇ ପ୍ରକାଶ କରିଥିଲେଓ ପ୍ରତିଦିନ ସମସ୍ତ ଭକ୍ତଙ୍କ ପାଇଁ ଅର୍ଣ୍ଣ ପ୍ରାସାଦର ବ୍ୟବସ୍ଥା କରାଯାଇଥିଲା। କଳାହାଣ୍ଡିରୁ ବି ତ୍ରିପତି ପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନି ଉଜ।




