ଅନ୍ତୋବାସିନୀ ଙ୍କୁ ବାହା ହୋଇ ମାନବତା ର ପରିଚୟ ଦେଲେ ସୁଦାମ

ଭଟଲି :- ବରଗଡ ଜିଲ୍ଲା ଅନ୍ତର୍ଗତ ଶାନ୍ତି ତପୋବନ ଆଶ୍ରମ, ଜ ଶ୍ରୀଗିଡା ସ୍ଥିତ ମାତୃଛାୟା ଅନ୍ତେବାସିନୀ ଯମୁନା ଙ୍କୁ ବାହାହେଲେ ସୁଦାମ ସାହୁ l ଉକ୍ତ ବିବାହ ରେ ଆଶ୍ରମ ମୁଖ୍ୟ ଶ୍ରୀ ଦେବଦତ୍ତ ତ୍ରିପାଠୀ ଙ୍କ ପୌରୋହିତ୍ୟରେ ରେ କୁଲୁଣ୍ଡା, (ଅତାବିରା )ନିବାସୀ ଶ୍ରୀମତୀ ପ୍ରେମସିଲା ସାହୁ ଓ ଶ୍ରୀ ରାଜେନ୍ଦ୍ର ସାହୁ ଙ୍କ ଦ୍ଵିତୀୟ ପୁତ୍ର ଶ୍ରୀ ସୁଦାମ ସାହୁ ଙ୍କ ସହିତ ବିବାହ ଅନୁଷ୍ଠିତ ହୋଇଯାଇଛି l ଏହି ବିବାହ ମହୋତ୍ସବରେ ଶ୍ରୀମତୀ ସନ୍ଦ୍ୟା ରାଣୀ ନେପାକ, ଡ଼ି ଏସ ଡବ୍ଲୁ, ମଙ୍ଗଳିକା ଦାଶ, ପ୍ରୋଗ୍ରାମ ଅଫିସର, ନିମିଷ୍ୟା ପ୍ରଧାନ, ସହ ତାଙ୍କ ସହ କର୍ମୀ ଓ ସହାଶ୍ରାଧିକ ଆଶ୍ରମ ହିତାକାଂକ୍ଷୀ ଯୋଗଦେଇ ନବ ଦମ୍ପତି ଙ୍କୁ ଆଶୀର୍ବାଦ କରିଥିଲେ l ଏହି ଅବସରରେ ଇପ୍ସିତ ମିଶ୍ର ଓ ତାଙ୍କ ସାଥି ସୀତା ବିବାହ ଉପରେ ପରାୟଣ ପରିବେଷଣ କରି ଉତ୍ସବକୁ ଭକ୍ତିମୟ କରିଥିଲେ l ଆଶ୍ରମ ସହ ପରିଚାଳିକା ଲବଙ୍ଗ ସାହୁ ଙ୍କ ତତ୍ପଧାନରେ ଅନୁଷ୍ଠିତ ବିବାହ କାର୍ଯ୍ୟକ୍ରମରେ ଶ୍ରୀମତୀ ସୁଶୀଳା ସାହୁ ସ୍ୱାମୀ ଶଙ୍କର ସାହୁ କନ୍ୟା ଦାନ ଦେଇ ଥିବାବେଳେ ଶ୍ରୀ ପଞ୍ଚାନନ ପଣ୍ଡା ଓ ସରୋଜ କୁମାର ମିଶ୍ର ପୁରୋହିତ ଭାବେ ବିବାହ କାର୍ଯ୍ୟ ସଂପାଦନ କରିଥିଲେ l




