ପ୍ରଧାନମନ୍ତ୍ରୀ ଙ୍କ ମନ କି ବାତ ଶୁଣିଲେ ସାଂସଦ ରୁଦ୍ର ନାରାୟଣ ପାଣି
ତାଳଚେର :ତା 28/06/2026: ପ୍ରତି ମାସ ଶେଷ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି |ଦିନ 11 ଟାରୁ 11.30 ପର୍ଯ୍ୟନ୍ତ ମନ କି ବାତ ପ୍ରସାରଣ କରାଯାଏ |ଦିନକୁ ଦିନ ପ୍ରଧାନମନ୍ତ୍ରୀ ଙ୍କ ମନ କି ବାତ କାର୍ଯ୍ୟକ୍ରମ ଲୋକପ୍ରିୟ ହେଉଛି |ଆଜି ପ୍ରଧାନମନ୍ତ୍ରୀ ଙ୍କ 135 ତମ ମନ କି ବାତ ତାଳଚେର ପୌରାଞ୍ଚଳ ର ୱାର୍ଡ ନମ୍ବର ନଅ ବୁଥ ନମ୍ବର 168 ରେ ଶୁଣିଛନ୍ତି ଢେଙ୍କାନାଳ ର ଲୋକପ୍ରିୟ ସାଂସଦ ରୁଦ୍ର ନାରାୟଣ ପାଣି |ତାଳଚେର ମହାଦେବ ବିହାର ଠାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ସାଂସଦ ଙ୍କ ସହ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ନଗରପାଳ ପବିତ୍ର ଭୁତିଆ, ପ୍ରାକ୍ତନ କାଉନ ସିଲର ଜିତେନ୍ଦ୍ର ଦାସ, ବାପୁନି ପଟ୍ଟନାୟକ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |
ସେହିଭଳି ତାଳଚେର ପୌରାଞ୍ଚଳ ଏକ ନମ୍ବର ୱାର୍ଡ ବୁଥ ନମ୍ବର 177 ରେ ମନ କି ବାତ କାର୍ଯ୍ୟକ୍ରମ ରେ କ୍ଭାଜପା ପ୍ରବକ୍ତା ତଥା ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ପର୍ଶୁରାମ ବାରିକ, ବରିଷ୍ଠ ନେତା ପ୍ରାକ୍ତନ ମଣ୍ଡଳ ସାଧାରଣ ସମ୍ପାଦକ ନିରୋଜ ଦାସ, ପ୍ରାକ୍ତନ ରାଜ୍ୟ ପରିଷଦ ସଦସ୍ୟ ସରକାରୀ ଓକିଲ ଅଖିଳ ସାମଲ, ବୁଥ ସଭାପତି ସୁକାନ୍ତ ରାୟ, ସୁଜିତ କୁଅଁର, ପ୍ରିତିଶ କୁଅଁର, ଯତୀନ୍ଦ ନାରାୟଣ ବୀର, ଶୀଧେଶ୍ୱର ମହାପାତ୍ର, ଦୁର୍ଗା ପ୍ରସାଦ ସାମନ୍ତ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |ତାଳଚେର ର ବିଭିନ୍ନ ମଣ୍ଡଳ ଓ ବୁଥ ରେ ମନ କି ବାତ ଅନୁଷ୍ଠିତ ହୋଇଯାଇଛି |



