ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ଏଜିଏମ୍ ବାଣୀ ସିଂହଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଅନୁଗୋଳ: ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଲିମିଟେଡ୍ର ସହକାରୀ ମହାପ୍ରବନ୍ଧକ (ଏଜିଏମ୍) ଶ୍ରୀମତୀ ବାଣୀ ସିଂହଙ୍କୁ ତାଙ୍କ ଅବସର ଉପଲକ୍ଷେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
ଶ୍ରୀମତୀ ସିଂହ ଦୀର୍ଘ ୩୪ ବର୍ଷର କର୍ମମୟ ଜୀବନରେ ବ୍ୟାଙ୍କର ବିଭିନ୍ନ ଶାଖାରେ ନିଷ୍ଠା, ସତତା ଓ ଦାୟିତ୍ୱବୋଧର ସହ କାର୍ଯ୍ୟ କରି ଶେଷରେ ମୁଖ୍ୟ କାର୍ଯ୍ୟାଳୟରେ ଏଜିଏମ୍ ଭାବେ ଦାୟିତ୍ୱ ପାଳନ କରିଥିଲେ। ଜଣେ ମିଷ୍ଟଭାଷୀ, ପରୋପକାରୀ ଓ କର୍ମଚଞ୍ଚଳ ଅଧିକାରୀ ଭାବେ ସେ ସହକର୍ମୀଙ୍କ ମଧ୍ୟରେ ବେଶ୍ ସମ୍ମାନ ଓ ଲୋକପ୍ରିୟତା ଅର୍ଜନ କରିଥିଲେ।
ଏହି ଅବସରରେ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ମାନପତ୍ର, ଉପଢୌକନ ଓ ସ୍ମାରକ ଉପହାର ପ୍ରଦାନ କରି ତାଙ୍କର ସୁସ୍ଥ, ନିରାମୟ ଓ ଦୀର୍ଘାୟୁ ଅବସର ଜୀବନ କାମନା କରିଥିଲେ।



