ବର୍ତମାନ ମୁଣ୍ଡବିନ୍ଧାର କାରଣ : ଭାଇରାଲ ଜ୍ୱର
ତାଳଚେର, ୦୨/୦୭ ଋତୁର ପରିବର୍ତନ ହେଉଥିବା ବେଳେ ଏବେ ଲୋକଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ପରିବର୍ତନ କରିପକାଉଛି । ପିଲା ଠାରୁ ବୁଢ଼ାଯାଏଁ ଯାହାକୁ ଦେଖିବ ଥଣ୍ଡା, କାଶ, ଜ୍ୱର । ଏହି ଋତୁର ପରିବର୍ତନରେ ଖାପ ଖାଉନି ସ୍ୱାସ୍ଥ୍ୟବସ୍ଥା । ଜ୍ୱର ଲୋକଙ୍କୁ ଅଣାୟତ କରିପକାଉଛି । ଏବଂ ଅଂଚଳର ମେଡ଼ିକାଲ ଗୁଡ଼ିକରେ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି, କିଏ ମେଡ଼ିସିନ୍ ଆଣି ଘରେ ଚିକିତ୍ସିତ ହେଉଛି ତ ଆଉ କିଏ ମେଡ଼ିକାଲ ବେଡ଼୍ରେ । ଯାହାର ପ୍ରତିକ୍ରିୟା ନେବାକୁ ଚାହିଁଲେ ସେଇ ଗୋଟିଏ କଥା ଭାଇରାଲ୍ ଜ୍ୱର । ସହରାଚଂଳ ଠାରୁ ଗ୍ରାମାଚଂଳ ଯାଏଁ ପାଇପ୍ ଦ୍ୱାରା ଯୋଗାଇ ଦିଆଯାଉଥିବା ବିଶୁଦ୍ଧପାନୀୟ ପାନୀୟ ଜଳ, ପ୍ରଦ୍ୟୁଷିତ ବାୟୁମଣ୍ଡଳ, ଋତୁ ପରିବର୍ତନର ବ୍ୟାହାତ ଘରପାଖ ଡ଼୍ରେନ୍ ଆବର୍ଜନ, ଦୂଷିତ ପରିବଶେ ଇତ୍ୟାଦି ଏପରି ସମସ୍ୟାରେ ଲୋକ ରହିଲେ ରୋଗ ବ୍ୟାପିବା ନିଶ୍ଚିତା! ତାଳଚେର ଅଂଚଳ ଏକ ଶିଳ୍ପ ବହୁଳ ଅଂଚଳ ହୋଇଥିବା ବେଳେ କୋଇଲା ଖଣି ସାଙ୍ଗକୁ କଳକାରଖାନାମାନ ଗଢ଼ି ଉଠିଛି । ତାଳଚୋବାସୀଙ୍କ କହିବା କଥା ଲୋକଙ୍କ ମୌଳିକ ସୁବିଧାକୁ ପ୍ରଥମେ ପ୍ରଧାନ୍ୟ ଦେବା କଥା, କିନ୍ତୁ ଏଗୁଡ଼ି ପ୍ରଧାନ୍ୟତା ନଦିଆଯାଇ ତାଳଚେର ଲୋକଙ୍କ ଜବିବାଡ଼ି, ଘରଦ୍ୱାରା ସବୁ ଖଣିଖଦାନ ଲୀନ ହୋଇଚାଲିଛି । ତାଳଚେର ଲୋକ ରୋଗଗ୍ରସ୍ତ ଏପରି କାରଣରୁ ଲୋକେ ରୋଗଗ୍ରସ୍ତ ହେବାରେ ଲାଗିଛନ୍ତି ବୋଲି ଶୁଣିବାକୁ ମିଳେ । ଆଜକୁ ପ୍ରାୟ ୫ବର୍ଷ ହେବ ତାଳଚେରରେ ଏକ ମେଡ଼ିକାଲ କଲେଜ ନିର୍ମିତ ହୋଇଥିଲେ ହେଁ ଏହାର କାର୍ଯ୍ୟକାରୀ ଏବେ ସୁଧା ହୋଇପାରି ନାହିଁ ଯାହାକି ତାଳଚେର ଲୋକଙ୍କ ପାଇଁ ଏକ ଅଭିସାପ ସଦୃଶ୍ୟ । ତାଳଚେର ମାଟିର ତିନି ତିନି ଜଣ ଟାଣୁଆନେତା ଥାଇ ମଧ୍ୟ ଏହି ମେଡ଼ିକାଲ କଲେଜଟି ଚାଲିବାରେ ସଫଳ ହୋଇପାରୁ ନାହିଁ । ଯାହାକି ଆଜି ତାଳଚେରର ସଂଗଠନ ମାନଙ୍କ ପକ୍ଷରୁ ତାଳଚେର ବନ୍ଦ ଡା଼କରା ଦିଆଯାଇଛି । ଏଠି ମାଟି, ପାଣି, ପବନ ସବୁ ନେଇ କିପରି ଲୋକଙ୍କ ମୌଳିକ ସୁବିଧା ଯୋଗାଇ ଦେବାରେ ପଂଚ ଘୁଂଚା ଦିଆଯାଉଛି ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ବେଳ ଥାଉ ଥାଉ ସାବଧାନ ନହେଲେ ଏମିତି ଦିନ ଆସିବ ଯେ, ତାଳଚେର ତା’ ନିଜର ସତ୍ୱା ହରାଇ ବସିବ ବୋଲି ଏହା ବୁଦ୍ଧଜୀବୀ ମାନଙ୍କ ମୁହଁରୁ ଶୁଣିବାକୁ ମିଳୁଛି ।

July 2, 2026/
No Comments


