ନିମ୍ନମାନର ରାସ୍ତା ନିର୍ମାଣ ଯୋଗୁଁ ଚାଷ ଜମିରେ ମାଟି ଧସସେଇ ପଶିଲା ଚାଷୀଙ୍କଧନ କ୍ଷତି ପଦକ୍ଷେପ ଦାବି…….
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର କେନ୍ଦୁମୁଣ୍ଡାଠାରୁ ବ୍ରାହ୍ମଣଧରା ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ମାସେ ପୂରିବା ପୂର୍ବରୁ ହିଁ ଭାଙ୍ଗିବା ଆରମ୍ଭ ହୋଇବା ଅଭିଯୋଗ ହୋଇଛି। ବ୍ରାହ୍ମଣଧରା–କେନ୍ଦୁମୁଣ୍ଡା ପୁରୁଣା ସାହି ଦେଇ ଯାଇଥିବା ଏହି ରାସ୍ତାରେ ପାର୍ଶ୍ୱ ସୁରକ୍ଷା ବ୍ୟବସ୍ଥା ନଥିବାରୁ ବର୍ଷାରେ ରାସ୍ତାର ମାଟି ଧସି ଚାଷୀଙ୍କ ଜମିକୁ ପଶୁଛି। ଯାହା ଫଳରେ ଚାଷ ଜମି କ୍ଷତିଗ୍ରସ୍ତ ହେବା ସହ ଫସଲ ମଧ୍ୟ ପ୍ରଭାବିତ ହେଉଥିବା ଅଭିଯୋଗ ଉଠିଛି।
କେନ୍ଦୁମୁଣ୍ଡା ଗ୍ରାମର ରମେଶ ସାହୁ, ନନ୍ଦକିଶୋର ସାହୁ ଓ କୁଳମଣି ସାହୁ ପ୍ରାୟ ଦୁଇ ମାସ ପୂର୍ବରୁ ଗ୍ରାମ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ବେହେରାଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ। ସାମାଜିକ କର୍ମୀ ଦୁଃଖବନ୍ଧୁ ବିଶ୍ୱାଳ ମଧ୍ୟ ଫୋନ ଯୋଗେ ଏହି ସମସ୍ୟା ସମ୍ପର୍କରେ କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରାଇଥିଲେ।
ଅଭିଯୋଗ ପାଇବା ପରେ କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୁଇ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।
ରାସ୍ତା କଡ଼ରେ ଆବଶ୍ୟକ ସୁରକ୍ଷା ପ୍ରାଚୀର କିମ୍ବା ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ଯଥାଶୀଘ୍ର କରାଗଲେ ମାଟି ଆଉ ଚାଷ ଜମିକୁ ପଶିବ ନାହିଁ ବୋଲି କେନ୍ଦୁମୁଣ୍ଡା ପୁରୁଣା ସାହିର ବାସିନ୍ଦାମାନେ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି।ଠିକାଦାର ଚତୁରତା ସହିତ ଶୀଘ୍ର କାମ ସାଇଦେଇ ଚାଲିଗଲେ!ଏହି ରାସ୍ତା ଏତେ ନିମ୍ନମାନର କାମ ହେଇଛି ଯେ ଏହା ସ୍ଥାୟୀତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି!



