ଧର୍ମଗଡ଼ରେ ପୁଣି ଡକାୟତି,ଡାକ୍ତରଙ୍କ ସରକାରୀ କ୍ୱାର୍ଟରରେ କଳାକାନା ବୁଲାଇଲେ ଦୁର୍ବୃତ

କଳାହାଣ୍ଡି :- (ବାଲେଶ୍ୱର ସୁନାନୀ ) ଧର୍ମଗଡ଼ରେ ଲଗାତାର ଦୁଇ ଦିନ ଧରି ଡକାୟତି ଘଟଣା ସାମ୍ନାକୁ ଆସିଛି।ଏଥର ଟାର୍ଗେଟରେ ଥିଲା ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଥିବା ସରକାରୀ କ୍ୱାର୍ଟର। ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା. ଅଜିତ କୁମାର ଦାସ ଙ୍କ ଘରେ ଗତ ରାତିରେ ଚାରିଜଣ ଦୁର୍ବୃତ ପଶି ଡକାୟତି କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଦୁର୍ବୃତମାନେ ନକଲି ବନ୍ଧୁକ ଦେଖାଇ ଡାକ୍ତରଙ୍କ ହାତ ଓ ଗୋଡ଼କୁ ଟେପ୍ ଏବଂ ଗାମୁଛାରେ ବାନ୍ଧି ଦେଇଥିଲେ।ପରେ ତାଙ୍କ ମୁହଁରେ କପଡ଼ା ବାନ୍ଧି ଘରେ ଥିବା ନଗଦ ଟଙ୍କା ଓ ସୁନା ଅଳଙ୍କାର ଲୁଟି ଫେରାର ହୋଇଯାଇଥିଲେ। ଖବର ପାଇ ଧର୍ମଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲଗାତାର ଦୁଇ ଦିନ ଧରି ଡକାୟତି ଘଟଣା ଘଟିଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସେପଟେ ପୋଲିସର ପାଟ୍ରୋଲିଂ ଓ କାର୍ଯ୍ୟଦକ୍ଷତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-10-scaled.jpg)

