ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଷରରେ ତିନୋଟି ଷ୍ଟାପ କୁୱାଟର ବିନା ସୂଚନା ଫଳକରେ ଓ ନିମ୍ନ ମାନର କାର୍ଯ୍ୟ ହେଉଛି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି,
ଗୋଲାମୁଣ୍ଡା :-୬/୭/୨୬ କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସଂପଦ, ସ୍ୱାସ୍ଥ୍ୟ ବିଭାଗର ଗୃହନିର୍ମାଣରେ ଅବହେଳା ରହୁଛି ତେବେ ଆଗାମି ଦିନରେ ଗୃହ ଖରାପ ଦେଖାଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ତିନୋଟି ଷ୍ଟାଫ କ୍ଵାଟର ଗୃହ ନିର୍ମାଣ ହେଉଛି ବୋଲି ସାଧାରଣରେ ପ୍ରକାଶ ପାଇଛି, ହେଲେ ଏ ପର୍ୟ୍ୟନ୍ତ ଗୃହର ଅଟକଳ ପରିମାଣ (ବୋର୍ଡ) ସୂଚନା ଫଳକ ନାହି, କେଉଁ ବିଭାଗୀୟ ଦ୍ଵାରା ଉକ୍ତ ଗୃହ ନିର୍ମାଣ ହେଉଛି ତାହା ଜାଣିବା ପାଇଁ ଆବଶ୍ୟକତା ରହୁଛି, ଜେଇ ଙ୍କ ମଧ୍ୟ ଦେଖା ନାହିଁ, ଯାହା ଫଳରେ କେବଳ ମିସ୍ତ୍ରୀ, କୁଲି ମଞ୍ଜୁରୀ ଙ୍କ ଦ୍ଵାରା କାର୍ଯ୍ୟ କି ଭଳି ହେଉଛି ତାହା ସାଧାରଣରେ ଅସନ୍ତୋଷ ଦେଖା ଦେଇଛି,ବାଲି ନ ଦେଇ କମ୍ପୁ ମାଟି ଭିତରେ ପଟା ଯାଉଛି, ସେଥିରେ ମଧ୍ୟ ଅନା ବନା ଲଟା ବୁଦା ଆଣି ପଟା ଯାଉଛି, ଏ ନେଇ କାର୍ଯ୍ୟ କରୁ ଥିବା କୁଲି ମଞ୍ଜୁରୀଆ ଙ୍କୁ ପଚାରିଲେ ଜେଇ ଲେ ଆଉଟ ଦେଇ ଆସୁନାହାନ୍ତି, ନିମ୍ନ ମାନର କାର୍ଯ୍ୟ ହେଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି, ବାଲି ପରିବର୍ତ୍ତେ କମ୍ପୁ ମାଟି ଦିଆ ଯାଉ ଥିବା ଦୃଶ୍ୟ, ଓ ବିନା ସୂଚନା ଫଳକରେ ଏବଂ ଯେଇ ଙ୍କ ଅନୁପସ୍ଥିତିରେ କାର୍ଯ୍ୟ କୁ ନେଇ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ନିକଟରେ ଅଭିଯୋଗ କରିବା ପାଇଁ ସ୍ଥାନୀୟ ଲୋକମାନେ ଗଣ ମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି,
କଳାହାଣ୍ଡି ରୁ କାପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତଭାରତ ନିୟୁଜ



