ତାଳଚେର ହାଣ୍ଡିଧୂଆଁ ଓଭରବ୍ରିଜ ଗାଈଗୋରୁଙ୍କ ଆଡ୍ଡାସ୍ଥଳୀ
ତାଳଚେର, ୧୮/୦୭ ଗୃହପାଳିତ ଗାଈଗୋରୁଙ୍କୁ ମାଲିକମାନେ କ୍ଷୀର ଲାଳସାରେ ରଖୁଛନ୍ତି ଏବଂ ଗାଈମାନଙ୍କ ଠାରୁ କ୍ଷୀରଦୁହି ସାରିଲେ ଖୋଲାଆମ ଛାଡ଼ି ଦେଉଛନ୍ତି । ଯାହା ଫଳରେ ଏମାନେ ଦୋକାନବଜାର, ଜନଗହଳିପୂର୍ଣ୍ଣ ରାସ୍ତା ଓ ଏପରିକି ଏମାନେ ଖାଦ୍ୟ ଅନ୍ୱେଷଣରେ ଘୂରି ବୁଲିବା ଯୋଗୁଁ ରାସ୍ତାରେ ବିଭିନ୍ନ ସମସ୍ୟା ଉପୁଜୁଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ହାଣ୍ଡିଧୂଆଁ ଓଭରବ୍ରିଜ ଉପରେ । ଏବେ ଏମାନେ ଏହି ବ୍ରିଜ ଉପରେ ନିଜର ଆଡ୍ଡାସ୍ଥଳୀ କରିଥିବା ଦେଖିବାକୁ ମିଳିଛି । ଏହି ବ୍ରିଜରେ ଦୈନିକ ତାଳଚେର ଅଂଚଳବାସୀଙ୍କ ସମେତ ଏହାର ଆଖପାଖ ଅଂଚଳର ଲୋକମାନେ ବିଭିନ୍ନ ଗନ୍ତବ୍ୟସ୍ଥଳକୁ ଯାତାୟତ କରିବା ପାଇଁ ବ୍ରିଜ ଉପରେ ନିର୍ଭର କରିଥାନ୍ତି । ତାଳଚେର ଅଂଚଳରେ ଅନୁଗୋଳ ଜିଲ୍ଳାକୁ ଯିବାକୁ ଏକ ସଟକଟ୍ ପ୍ରମୁଖ ରାସ୍ତା ହୋଇଥିବାରୁ ଏହା ଉପରେ ଲୋକେ ଚଳପ୍ରଚଳ କରିଥାନ୍ତି । ତେବେ ଏହି ହାଣ୍ଡିଧୂଆଁ ଓଭରବ୍ରିଜ ଏବେ ଗାଈଗୋରୁଙ୍କ କବ୍ଚାରେ । ଯଦି ଗାଇଗୋରୁମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ କାଞ୍ଜିଆହୁଦାର ବ୍ୟବସ୍ଥା କରାଯାଆନ୍ତା ତେବେ ପଥଚାରୀ ଓ ଯାନବାହାନକାରୀ ହଇରାଣ ହରକତ ହେବାକୁ ପଡ଼ନ୍ତା ନାହିଁ ବୋଲି ସାଧାରଣଜନତାଙ୍କ ମହଲରୁ ଶୁଣିବାକୁ ମିଳେ । ତେଣୁ ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି କରିଛନ୍ତି ।

July 18, 2026/
No Comments


