ଫ୍ରି’ହେଲଥକ୍ୟାମ୍ପ ପାଇଁ ପ୍ରସ୍ତୁତି ବୈଠକ
ତାଳଚେର, ୧୭/୦୭ ଆଜି ବିଶିଷ୍ଟ ନ୍ୟୁରୋ ସର୍ଜରୀ ପ୍ରଫେସର ପ୍ରତାପ ପାଣି ତାଳଚେର ଟାଉନ ସ୍ଥିତ ‘ଜୟ ନିତାଇ ଆଶ୍ରମ’ ପରିସରରେ ଥିବା ଆକ୍ଟିଭମିଡ଼ିଆ ସଂଘ କାର୍ଯ୍ୟାଳୟକୁ ପରିଦର୍ଶନରେ ଆସି ଦୀର୍ଘ ସମୟ ପର୍ଯ୍ୟନ୍ତ ବିଭିନ୍ନ ଦିଗ ଉପରେ ଆଲୋଚନ କରିଥିଲେ । ତାଳଚେରର ପରିବେଶ ଦିନକୁ ଦିନ ପ୍ରଦ୍ୟୁଷିତ ହୋଇ ଏଠିକାର ଅଂଚଳବାସୀଙ୍କ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ବିଗୁଡ଼ୁ ଥିବାରୁ ଦୁଃଖପ୍ରକାଶ କରିବା ସହ ଆସନ୍ତା ଅଗଷ୍ଟମାସରେ ନାମୀଦାମୀ ଡ଼ାକ୍ତରଙ୍କୁ ନେଇ ଏକ ଫ୍ରି’ହେଲଥ୍ୟାମ୍ପ କରିବା ଦିଗରେ ବିଚାରବିମର୍ସ କରିଥିଲେ । ଆଲୋଚନାରେ ସଭାପତି ସାମ୍ବାଦିକ ସରୋଜ ମହାପାତ୍ର, କାର୍ଯ୍ୟକାରୀ ସଭାପତି ମନୋଜ ଶତପଥୀ, ନ୍ୟୁଜ୍ ଅପରେଟର୍ ରମେଶ କୁମାର ସେଠୀ ଓ ମା’ସେବକ ସଂଘର ଉପସଭାପତି ଦିଲ୍ଳିପ ବେହେରା, ନିରୋଜ ବେହେରା, ଦେବେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଆକ୍ଟିଭମିଡ଼ିଆ ସଂଘ ପକ୍ଷରୁ ରଥଯାତ୍ରା ଉପଲକ୍ଷେ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତୋରିଅ ଦେଇ ସମ୍ମାନୀତ କରାଯାଇଥିଲା ।

July 18, 2026/
No Comments


