ଦୂଷିତ ପାନୀୟଜଳ ପିଉଛନ୍ତି ପୌରବାସୀ
ସଂକ୍ରମଣ ରୋଗର ଶୀକାର ହେବା ସମ୍ଭାବନା
ତାଳଚେର, ୧୯/୦୭: ୧୯୯୯ ମସିହା ଠାରୁ ତାଳଚେର ବ୍ଲକ ଅନ୍ତର୍ଗତ ବଲଣ୍ଡା ଗ୍ରାମର ୩୨୧ ପରିବାରକୁ ହାଣ୍ଡିଧୂଆଁ ନିକଟରେ ଥଇଥାନ କରାଯାଇଛି । ଯାହାକି ୨୦୦୬ ମସିହାରୁ ତାଳଚେର ପୌରପାଳିକା ୱାର୍ଡ଼ ୧୯ରେ ଅନ୍ତର୍ଭୂକ୍ତ । ବିସ୍ଥାପନ ଦିନଠାରୁ ସମସ୍ତ କୌଳିକ ସୁବିଧାରୁ ବଂଚିତ ଥିଲେ ହେଁ ଆଜି ପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ସେମାନଙ୍କ ପାଇଁ ବିଶୁଦ୍ଧ ପାନୀୟଜଳ ବ୍ୟବସ୍ଥା ହୋଇପାରିଲା ନାହିଁ ବୋଲି ୱାର୍ଡ଼ବାସୀମାନେ ଅଭିଯୋଗ କରିଛନ୍ତି । ପ୍ରଥମରୁ ଏମସିଏଲ ହାଣ୍ଡିଧୂଆଁ ଭୂ-ତଳ କୋଇଳା ଖଣିରୁ ବିନା ବିଶୋଧନ ଦ୍ୱାରା ୧୯୯୨ ମସିହାରୁ ବିଛାଯାଇଥିବା ଜିଆଇ ପାଇପ ଦ୍ୱାରା ପାନୀୟଜଳ ବ୍ୟବସ୍ଥା ଅଛି ଯାହାକି, ଆଜି ଦିନରେ ପାଇପ ଗୁଡ଼ିକ ନଷ୍ଟ ହେବା ସହ ଗ୍ରାମ ଭିତରେ ଓ ବାହାରେ ପ୍ରାୟ ୫୦ରୁ ୬୦ସ୍ଥାନରେ ଫାଟିବା ସହ ଡ଼୍ରେନପାଣି, ତଥା କୁକୁର ଓ ଗାଈଗୋରୁ ବ୍ୟବହାର କରୁଥିବା ଜଳ ସେହି ଫଟା ପାଇପରେ ଗ୍ରାମବାସୀମାନଙ୍କୁ ଯୋଗାଇ ଦିଆଯାଉଛି । ନିକଟରେ ମଧ୍ୟପ୍ରଦେଶର ଇନ୍ଦୋର ତଥା ଓଡ଼ିଶାରେ ଏହାର କୁପରିମଣାମ ଦେଖିବାକୁ ମିଳିଛି । ସରକାରୀ ତଥ୍ୟ ଅନୁଯାୟୀ ଡ଼ିଏମ ଫଣ୍ଡରୁ ୧୫ଲକ୍ଷ ଟଙ୍କା ବିନିଯୋଗ କରାଯାଇ ଘରେ ଘରେ ନଳ ଘରେ ଘରେ .ଜଳ ବ୍ୟବସ୍ଥା ହୋଇଛି, କିନ୍ତୁ ବିଶୁଦ୍ଧ ପାନୀୟଜଳ ସଂଯୋଗର କୌଣସି ଗନ୍ଧ ସମ୍ପୂର୍ଣ୍ଣ ୍ ୱାର୍ଡ଼ବାସୀ ଜାଣିନାହାନ୍ତି ବୋଲି ଏହା ପ୍ରକାଶ କରିଛନ୍ତି । ତାଳଚେରରେ ବଡ଼ବଡ଼ ରାଜନେତା ନିଜକୁ ଜନତାଙ୍କ ବଡ଼ ସେବକ କହୁଥିବା ବେଳେ ୧୯ନଂୱ୍ୱାର୍ଡ଼ରୁ ଦୀର୍ଘ ୧୫ବର୍ଷ ହେବ ବିଧାୟକ ବ୍ରଜକିଶୋର ପ୍ରଧାନ ପ୍ରତିନିଧିତ୍ୱ କରୁଥିବା ବେଳେ କଳିଙ୍ଗରତ୍ନ କେନ୍ଦ୍ର ଶିକ୍ଷା ଓ ଦକ୍ଷତାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କ ଜଣେ ଟାଣୁଆ ନେତାଭାବେ ନିଜ ଜନ୍ମସ୍ଥାନ ୱାର୍ଡ଼ ନଂ-୧୮କୁ କେନ୍ଦ୍ରକୁ ପ୍ରତିନିଧିତ୍ୱ କରୁଛନ୍ତି । ତେବେ ଏହି ଦୁଇଜଣ ଟାଣୁଆ ନେତା ରହିଥିବା ବେଳେ ଦୀପତଳ ଅନ୍ଧାର ସଦୃଶ୍ୟ ଆଜି ୱାର୍ଡ଼ବାସୀ ପିଇବା ପାଣିଟୋପାଏ ପାଇଁ ଡ଼ହକବିକଳ ହେଉଛନ୍ତି ବୋଲି ୱାର୍ଡ଼ବାସୀ ଏହା କ୍ଷୋଭର ସହ ପ୍ରକାଶ କରିଛନ୍ତି । ଏସମ୍ପର୍କରେ ଜିଲ୍ଳାପାଳଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ୪ଥର ଦେଖା କରିଥିଲେ ହେଁ ଏହାର କୌଣସି ସୁଫଳ ମିଳିପାରି ନାହିଁ ବୋଲି ସେମାନେ ଏହା ଅତି ଦୁଃଖର ସହିତ କହିଛନ୍ତି । ପ୍ରକାଶ ଥାଉକି, ଏହି ବଲଣ୍ଡା ଗ୍ରାମ ତାଳଚେରରେ ପ୍ରଥମେ ଖୋଲାମୁହଁ ଖଣି ନିମନ୍ତେ ୧୯୬୦, ୧୯୬୨ ଏବଂ ୧୮୯୪ ମସିହାରେ ୧ ହଜାର ଏ୧ଶହ ୭୨ଏକର ଘରବାଡ଼ି, ଜମି ହରାଇଥିବା ବେଳେ ସାମାନ୍ୟ ପାଣିଟୋପାଏ ପାଇଁ ଦହଗଞ୍ଜ ହେଉଥିବା କେତେ ଦୁଃଖଦାୟକ । ତେବେ ଅନ୍ୟ ୱାର୍ଡ଼ ଗୁଡ଼ିକର ଦୃଶ୍ୟ କ’ଣ ହୋଇଥାଏ ପାରେ ତାହା କହିବା ସମ୍ଭବପର ନୁହେଁ । ଜିଲ୍ଳା ଖଣିଜପାଣ୍ଠିରେ ପ୍ରଚୁର ଅର୍ଥ ପଡ଼ି ରହିଥିଲେ ମଧ୍ୟ ତାହା କାହାସ୍ୱାର୍ଥରେ ବୋଲି ଏକ ବଡ଼ପ୍ରଶ୍ନ ସୃଷ୍ଟି କରୁଛି ।



