ଏକାଦଶାହ କର୍ମରେ କାନ୍ଥ ଭୂଷୁଡ଼ି ଜଣେ ମୃତ, ୫ଗୁରୁତର
ତାଳଚେର, ୨୦/୦୭ ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ପଂଚାୟତ ସଲୋଡ଼ା ଗ୍ରାମର ପୁରୁଷତୋମ ସାହୁଙ୍କ ଏକାଦଶ କର୍ମ ସମୟରେ ହଠାତ୍ ଘରର କାନ୍ଥ ଭୂଷୁଡ଼ି ପଡ଼ିବା ଯୋଗୁଁ କମଳଲୋଚନ ମହାପାତ୍ରଙ୍କ ଅକାଳ ବିୟୋଗ ଖବର ଅଂଚଳବାସୀଙ୍କୁ ମର୍ମାହତ କରିଛି । ଏହି ଦୁର୍ଘଟଣାରେ ୫ଜଣ ମଧ୍ୟ ଗୁରୁତର ଆହାତ ହୋଇ ସ୍ଥାନୀୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏହି ଦୁଃଖ ଖବର ତାଳଚେର ଅଂଚଳରେ ପ୍ରଚାରତି ହେବାପରେ ଏକ ଶୋକରଛାୟା ଖେଳାଇ ଦେଇଛି । ସୂଚନାମୂତାବକ ଲଗାଣବର୍ଷା ଜନିତ ତାଳଚେର ଉପଖଣ୍ଡ ଅଂଚଳରେ ବର୍ଷାପାଣି ଜମିବା ଯୋଗୁଁ ଘର ଗୁଡ଼ିକର କାନ୍ଥମାନ ଦୁର୍ବଳ ହେବାସହ ଠାଏ ଠାଏ ସ୍ଥାନରେ କ୍ଷୟକ୍ଷତି ଘଟିଥିବା ଅଭିଯୋଗ ହେଉଛି ।



