ମା’ ହିଙ୍ଗୁଳାଙ୍କ ହୁଣ୍ଡିରୁ ମିଳିଲା ତିନି ଲକ୍ଷ ବାର ହଜାର ଟଙ୍କା
ତାଳଚେର, ୨୦/୦୭ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠ ପରିସରରେ ଥିବା ସମସ୍ତ ହୁଣ୍ଡିଗୁଡିକୁ ଶନିବାର ଦିନ ଖୋଲା ଯାଇଥିଲା । ତାଳଚେର ଡେପୁଟି କଲେକ୍ଟର ଧର୍ମେନ୍ଦ୍ର କୁମାର ଶତପଥି, ଟ୍ରଷ୍ଟ ସଦସ୍ୟ ରାଜେନ୍ଦ୍ର କୁମାର ସିଂ, ମୁରଲୀଧର ସାହୁ, ଅରୁଣ କୁମାର ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ଧୂଳେଶ୍ୱର ବେହେରାଙ୍କ ଉପସ୍ଥିତିରେ ମନ୍ଦିର ପରିସରରେ ଥିବା ସମସ୍ତ ହୁଣ୍ଡି ଖୋଲା ଯାଇଥିଲା । ଏଥିରୁ ମୋଟ ତିନି ଲକ୍ଷ ବାର ହଜାର ତିନି ଶହ ଅଶୀ ଟଙ୍କା (୩,୧୨,୩୮୦ ଟଙ୍କା) ସଂଗୃହୀତ ହୋଇଥିଲା । କନେଷ୍ଟବଳ ସନ୍ତୋଷ ସାମଲ, ବିନୟ ମହାନ୍ତି, ବିକାଶ ପ୍ରଧାନ, ପ୍ରତାପ ବେହେରା, ପ୍ରହଲ୍ଲାଦ ଦେହୁରୀ, ଦିଲ୍ଲୀପ ଦେହୁରୀ, ତାରାକାନ୍ତ ସାହୁ, ସୂର୍ଯ୍ୟକାନ୍ତ ସାହୁ, ପୁପିନ୍ଦ୍ର ପ୍ରଧାନ, ପଦ୍ମଲୋଚନ ସାହୁ, ସମ୍ବିତ ସାହୁ, ମୁକ୍ତିକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।



