ଅନୁଦାନ ନିମନ୍ତେ ଜିଲ୍ଲାପାଳ ଙ୍କୁ ଦେଲେ ଦାବିପତ୍ର

ଭଟଲି (ଅଭିମନ୍ୟୁ ପଧାନ ):- ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ସଭାପତି ଶ୍ରୀ ଯୁକ୍ତ ବିଶ୍ବ ରଂଜନ ଦାସ ଙ୍କ ନିର୍ଦ୍ଦେଶକ୍ରମେ ତା୨୧.୦୭.୨୦୨୬ ମଙ୍ଗଳବାର ଦିନ ବରଗଡ ଜିଲ୍ଲାର ଜିଲ୍ଲାପାଳ ଙ୍କୁ ୨୦୦୮ ରୁ ୨୦୧୮ ଅନୁଦାନ ନିମନ୍ତେ ଦାବି ପତ୍ର ପ୍ରଦାନ କରାଯାଇଛି। ପୂର୍ବରୁ ସରକାର କେଜି ରୁ ପିଜି ମାଗଣା ଶିକ୍ଷା ଲାଗୁ କରିଛନ୍ତି। ଏଥି ସହିତ ୨୦୦୮ ରୁ ୨୦୧୮ ନିମନ୍ତେ ନୂତନ ଅନୁଦାନ ନୀତି ଲାଗୁ କରିଥିଲେ ଉଚିତ ହୋଇଥାନ୍ତା ଏହା ଦ୍ବାରା ଅଧ୍ୟାପକ ଓ କର୍ମଚାରୀ ମାନେ ନାନା ପ୍ରକାର ଆଶଙ୍କା ରେ ରହୁଛନ୍ତି। ଅଧ୍ୟାପକ ଓ କର୍ମଚାରୀ ମାନେ ୨୦୦୮ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦିରଘ ୧୬-୧୭ ବର୍ଷ ଧରି ବିନା ସରକାରୀ ଅନୁଦାନ ରେ ଅଳ୍ପ ବେତନରେ କାର୍ଯ୍ୟକରି ଆସୁଛନ୍ତି। ଯାହା ଆଜି ର ଦିନ ରେ ଜଣେ ଦିନ ମଜୁରୀଆ ଠାରୁ ମଧ୍ୟ କମ୍ ଅଟେ। ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ବିନମ୍ର ଅନୁରୋଧ ସେ ଯଥା ଶୀଘ୍ର ୨୦୦୮ ରୁ ୨୦୧୮ ନିମନ୍ତେ ନୂତନ ଅନୁଦାନ ନୀତି ପ୍ରଣୟନ କରନ୍ତୁ । କାରଣ ଆପଣ ଙ୍କ ସରକାର ହେଉଛି ଡବଲ ଇଞ୍ଜିନ ସରକାର, ଲୋକଙ୍କ ସରକାର। ଆଗାମୀ ମୈ।ସୁମୀ ଅଧିବେଶନ ପୂର୍ବରୁ ୨୦୦୮ ରୁ ୨୦୧୮ ନିମନ୍ତେ ନୂତନ ଅନୁଦାନ ନୀତି ପ୍ରଣୟନ କରି ଅଧ୍ୟାପକ ଓ କର୍ମଚାରୀଙ୍କ ମୁହଁ ରେ ହସ ଫୁଟେଇ ବାକୁ ସଙ୍ଘ ପକ୍ଷରୁ ଅନୁରୋଧ କରାଯାଉଛି। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଦସ୍ୟ ମାନେ ମତ ପ୍ରକାଶ କରିଥିଲେ।ଏହି ଅବସରରେ ଜିଲ୍ଲା ସଂଯୋଜକ, ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗ ଦେଇଥିଲେ।




