ଢେଙ୍କାନାଳ ଆନନ୍ଦ ବଜାର ଠାରେ ଜଗନ୍ନାଥ ସେବକ ସଂଘ ପକ୍ଷରୁ ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ପ୍ରାୟ ପାଞ୍ଚ ହଜାର ଭକ୍ତମାନଙ୍କୁ ଖେଚୁଡ଼ି ଡାଲମା ଖଟା ବଣ୍ଟନ କରିଥିଲେ। ଭକ୍ତମାନେ ମହା ଆନନ୍ଦ ସହ ସେବନ କରୁଥିଲେ। ଏହି କାର୍ଯ୍ୟକ୍ରମ ଜଗନ୍ନାଥ ସେବକ ସଂଘ ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତରେ ପାଳନ କରାଯାଇଥିଲା।





