ହିଙ୍ଗୁଳା ପାଠାଗାର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ତାଳଚେର, ୨୫/୦୭ ତାଳଚେର ବ୍ଲକ କଳମଛୁଇଁ ଗ୍ରାମସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ହିଙ୍ଗୁଳା ପାଠାଗାର ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ବାରସିଂହା ଗ୍ରାମସ୍ଥିତ ଶ୍ରୀ ଅଭିରାମ ପରମହଂସ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସମ୍ପାଦକ ପ୍ରକୃତିବନ୍ଧୁ ବିଭୂତି ଭୂଷଣ ସ୍ୱାଇଁଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଶିକ୍ଷାବିତ୍ ଡ.ପ୍ରଶାନ୍ତ କୁମାର ରଥ, ସମ୍ମାନୀତ ଅତିଥି ଭାବରେ ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ସାହୁ ଓ ଅବସରପ୍ରାପ୍ତ ଅଧ୍ୟାପିକା ଡ.କଳ୍ପନା ବୋଇତି ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ମଠ ପରିସରରେ ଶ୍ରୀ ଅଭିରାମ ପରମହଂସଙ୍କ ପ୍ରତିଚ୍ଛବିରେ ପ୍ରଦୀପ ପ୍ରଜ୍ଜଳନ କରି ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ପାଠାଗାରର ସଦସ୍ୟମାନେ ମଠ ପରିସରରେ ଆମ୍ବ,ପିଜୁଳି, ଲେମ୍ବୁ, ନଡ଼ିଆ ଆଦି ୨୫ଟି ଚାରା ରୋପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପଞ୍ଚାନନ ବେହେରା,ମାଧବ ଚନ୍ଦ୍ର ସ୍ୱାଇଁ, ନରେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।
ସେହିପରି, ସାଉଥବଲଣ୍ଡା ସାହିତ୍ୟ ଘର ଶାଖା ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ତେଣ୍ଟୁଲୋଇ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ଘରର ସଭାପତି ଶିଶୁ ସାହିତ୍ୟିକ ବିଭୂତି ଭୂଷଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ତପନ କୁମାର ଦାସ, ସମ୍ମାନୀତ ଅତିଥି ଭାବରେ ନବୋଦୟ ସାହିତ୍ୟର ପରିଭାଷା ପରିବାରର ପ୍ରତିଷ୍ଠାତା ସଂପାଦିକା ଦିପ୍ତିରାଣୀ ସିଂହ, ସାହିତ୍ୟ ଘରର ଉପଦେଷ୍ଟା ତ୍ରେତାନନ୍ଦ ସାମନ୍ତ ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟ ପରିସରରେ ୩୦ରୁ ଉର୍ଦ୍ଧ୍ୱ ଆମ୍ବ, ବଉଳ, ବେଲ, ଅଁଳା, ନଡ଼ିଆ ଆଦି ଚାରାରୋପଣ କରାଯାଇଥିଲା । ଏହି ଅବସରରେ ସାହିତ୍ୟ ଘର ପକ୍ଷରୁ ‘ପରିବେଶ ସନ୍ତୁଳନରେ ବୃକ୍ଷର ଭୂମିକା’ ଶୀର୍ଷକ ଏକ ପ୍ରବନ୍ଧ ପ୍ରତିଯୋଗିତା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବରେ କବି ମୁକୁନ୍ଦ ସାମଲ, ବିଭାବନା ସାହିତ୍ୟ ପତ୍ରିକାର ସଂପାଦକ ମାନସ ନନ୍ଦ ଓ ସାହିତ୍ୟ ଘରର ସଂଗଠନ ସଂପାଦକ ପତିତପାବନ ପ୍ରଧାନ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ପ୍ରତିଯୋଗିତାରେ



