*ଜୟନ୍ତୀଙ୍କ ମନରେ ମଉଳି ଯାଇଛି ପ୍ରଧାନମନ୍ତ୍ରୀ ଆବାସ ପାଇବାର ଆଶା *
୨୭/୦୭(ଦଶରଥପୁର )ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଚମ୍ପେଇପାଳ ଗ୍ରାମପଞ୍ଚାୟତର ଉଦୟପୁର ଗ୍ରାମରେ ଏମିତି ଏକ ଅବହେଳିତ ପରିବାର ରହିଛି ଯାହାକି ଏବେମଧ୍ୟ ସରକାରଙ୍କ ଜନମଙ୍ଗଳ ଯୋଜନାରେ ମିଳୁଥିବା ପ୍ରଧାନମନ୍ତ୍ରୀ ଆବାସ ପାଇବାକୁ ବଞ୍ଚିତ ହୋଇ ରହିଛନ୍ତି l ବାରମ୍ବାର ଜନପ୍ରତିନିଧି ତଥା ବ୍ଲକ ପ୍ରସାଶନଙ୍କୁ ଗୁହାରି କରିଥିଲେ ମଧ୍ୟ ସେମାନେ ଏହି ପରିବାର ପ୍ରତି ଶୁଭଦୃଷ୍ଟି ପକାଇ ନାହାଁନ୍ତି l ଚାଳ ଗଳି ପଡ଼ିଥିବା ଜରିପକା ଭଙ୍ଗାଘରେ ବିତୁଛି ଏହି ପରିବାରର ସଦସ୍ୟ ମାନଙ୍କର ଜୀବନ l ଛୋଟ ପରିବା ବେପାର କରି ଗୁଜୁରାଣ ମେଣ୍ଟାଉ ଥିବା ଏହି ପରିବାରର ମୁଖ୍ୟ ସ୍ୱାମୀ କୃଷ୍ଣଚନ୍ଦ୍ର ସାହୁଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ସେ ଚେଷ୍ଟାକରି ମଧ୍ୟ ନିଜସ୍ୱ ଅର୍ଥ ବ୍ୟୟରେ ସ୍ଥାୟୀ ଛାତଘର ଖଣ୍ଡେ କରିବାକୁ ଏଯାଏଁ ସମର୍ଥ ହୋଇ ପାରିନାହାଁନ୍ତି l ଖରା, ବର୍ଷା, ଶୀତ, କାକରରେ ଜୀବନ ବିତାଇବା ସାର ହେଉଛି l ପତ୍ନୀ ଜୟନ୍ତୀଙ୍କ ମନରେ ମଉଳି ଯାଇଛି ପ୍ରଧାନମନ୍ତ୍ରୀ ଆବାସ ପାଇବାର ଆଶା l ଦେଖାଯାଉ ବ୍ଲକ ପ୍ରଶାସନ ଏହି ଆର୍ଥିକ ଅନଗ୍ରସର ପରିବାର ଟିକୁ କେବେ ସଦୟ ହୋଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରୁଛନ୍ତି?



