ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଏକ ଦିନିକିଆ ଅନୁଗୋଳ ଜିଲ୍ଲା ଗସ୍ତ ଓ ବିଭିନ୍ନ ଊନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା

ଅନୁଗୋଳ ତା. ୩୦.୦୭ : – ଓଡିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଏନ୍.ବି.ଏସ୍ ରାଜପୁତ ଆଜି ଏକ ଦିନିକିଆ ଅନୁଗୋଳ ଜିଲ୍ଲା ଗସ୍ତ କରି ବିଭିନ୍ନ ଊନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଜିଲ୍ଲାର ସ୍ବାସ୍ଥ୍ୟ, ଶିକ୍ଷା, ପରିବହନ, ଶିଶୁ ଓ ମହିଳା ବିଭାଗ, ଖାଦ୍ୟ ଓ ଖାଉଟି କଲ୍ୟାଣ, ପୂର୍ବ ଓ ଦକ୍ଷତା ବିକାଶ ବିଭାଗର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ସେ ତଦାରଖ କରିଛନ୍ତି ।

ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅତର ସଚିବଙ୍କ ଗସ୍ତ ସମୟରେ ଉପସ୍ଥିତ ରହି ସହଯୋଗ କରିଥିଲେ । ପୂର୍ବାହ୍ନରେ ସଚିବ ନୂତନ ବସ ଷ୍ଟାଣ୍ଡ ଗସ୍ତ କରି ସେଠାକାର ଗମନାଗମନ ବ୍ୟବସ୍ଥା, ଯାତ୍ରୀ ସେବା ଓ ଭିତ୍ତଭୂମିର ଅନୁଧ୍ୟାନ କରିଥିଲେ । ପରେ ପରେ ଚନ୍ଦ୍ରବାହଳ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିବା ସହ ସେଠାରେ ନିର୍ମିତ ୫୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ବୁଲି ଦେଖୁଥିଲେ । ବଡକେରା ସ୍ଥିତ ପି.ଏମ୍ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଗସ୍ତ କରି ବିଦ୍ୟାଳୟର ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ । ତୁବେ ଠାରେ ପାରମ୍ପରିକ ଡୋକ୍ରା ଆର୍ଟ କାରିଗରମାନଙ୍କ ସହ ଆଲୋଚନା କରିବା ସହ ଅନ୍ତଦୋୟ ଗୃହ ଯୋଜନାର ହିତାଧୁକାରୀ ମିନି ସାହୁ ଓ ଶ୍ରୀମତୀ ସାହୁଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ । ଏହା ସହ ବଇଣ୍ଡା ଠାରେ ନିର୍ମିତ ଟ୍ରକ ଟର୍ମିନାଲ ବୁଲି ଦେଖୁବା ସହ ଏହାର କାର୍ଯ୍ୟକାରିତା ଅନୁଧ୍ୟାନ କରିଥିଲେ । ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧୀନରେ ଥିବା ରକ୍ତଲେଇ ସ୍ଥିତ ସ୍ବୟଂ ଚାଳିତ ଯାନ ପରୀକ୍ଷଣ କେନ୍ଦ୍ର (ATS) ପରିଦର୍ଶନ କରି କମ୍ପୁଟରାଇଜ୍ଡ ଏବଂ ସ୍ବୟଂ ଚାଳିତ ଫିଟ୍ନେସ୍ ସାର୍ଟିଫିକେଟ ପ୍ରଦାନର ପ୍ରକ୍ରିୟା ଦେଖୁଥୁଲେ । ଅପରାହ୍ନରେ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷ ଠାରେ ଏକ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକରେ ଯୋଗ ଦେଇ ବିଭିନ୍ନ ବିଭାଗର କାର୍ଯ୍ୟ ସମାକ୍ଷା କରିଥିଲେ । ଏହି ବୈଠକରେ ସଚିବ ଜିଲ୍ଲା ଖଣିଜ ପାଣ୍ଠିର ପ୍ରାଥମିକତା ତାଲିକାର ଅନୁଧ୍ୟାନ କରି ସ୍ବାସ୍ଥ୍ୟ ସେବା ଓ ଶିକ୍ଷାର ବିକାଶକୁ ଅଗ୍ରାଧିକାର ଦେବାକୁ କହିଥିଲେ । ସେହିଭଳି ପୂର୍ବ ବିଭାଗ ଦ୍ବାରା ନିର୍ମାଣଧୀନ ଥୁବା ରାସ୍ତାକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଊଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଆଇଏ ଏସ୍ ପ୍ରୋବେସନର ଅଭି ଜୈନ୍, ଜିଲ୍ଲା ପରିଷଦର ମୁଖ୍ୟ ଊନ୍ନୟନ ଅଧୂକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ମଦନ ମୋହନ ପ୍ରଧାନଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧୀକାରୀ ପ୍ରମୁଖ ଉପସ୍ଥିତ ଥିଲେ ।




