ଅଗଷ୍ଟ ୧ ଓ ୮ରେ ରାଷ୍ଟ୍ରପତି ଭବନରେ ‘ଚେଞ୍ଜ ଅଫ୍ ଗାର୍ଡ’ ସମାରୋହ ବାତିଲ୍
ନୂଆଦିଲ୍ଲୀ, ୩୦/୦୭: ସ୍ୱାଧୀନତା ଦିବସ–୨୦୨୬ ପାଳନ ପାଇଁ ଚାଲିଥିବା ପ୍ରସ୍ତୁତି ଓ ରିହର୍ସଲ୍କୁ ଦୃଷ୍ଟିରେ ରଖି ଆସନ୍ତା ଅଗଷ୍ଟ ୧ ଓ ଅଗଷ୍ଟ ୮ ତାରିଖରେ ରାଷ୍ଟ୍ରପତି ଭବନର ଫୋରକୋର୍ଟରେ ଆୟୋଜିତ ହେଉଥିବା ‘ଚେଞ୍ଜ ଅଫ୍ ଗାର୍ଡ’ ସମାରୋହ ଅନୁଷ୍ଠିତ ହେବ ନାହିଁ।
ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ଯେ, ସ୍ୱାଧୀନତା ଦିବସର ରିହର୍ସଲ୍ କାର୍ଯ୍ୟକ୍ରମ ପାଇଁ ଉକ୍ତ ଦୁଇ ଦିନ ଏହି ପାରମ୍ପରିକ ସମାରୋହକୁ ସ୍ଥଗିତ ରଖାଯାଇଛି। ତେଣୁ ଏହି ଦୁଇ ତାରିଖରେ ଦର୍ଶନାର୍ଥୀମାନେ ‘ଚେଞ୍ଜ ଅଫ୍ ଗାର୍ଡ’ ସମାରୋହ ଦେଖିପାରିବେ ନାହିଁ।
ସ୍ୱାଧୀନତା ଦିବସର ରିହର୍ସଲ୍ ସମାପ୍ତ ହେବା ପରେ ନିୟମିତ କାର୍ଯ୍ୟସୂଚୀ ଅନୁଯାୟୀ ପୁଣିଥରେ ‘ଚେଞ୍ଜ ଅଫ୍ ଗାର୍ଡ’ ସମାରୋହ ଆୟୋଜନ କରାଯିବ।



