ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲରେ ଅର୍ନ୍ତଜାତୀୟ ବ୍ୟାଘ୍ର ଦିବସ ପାଳିତ

ବରଗଡ:୩୦/୭(ପବିତ୍ର ମେହେର):ବାଘ ହେଉଛି ଜଙ୍ଗଲ ପରିସଂସ୍ଥାର ଶୀର୍ଷ ଭକ୍ଷକ , ଯାହାଙ୍କର ଉପସ୍ଥିତି ଜଙ୍ଗଲ ସ୍ବାସ୍ଥ୍ୟ, ଜୈବ ବିବିଧତା ଏବଂ ଜଳ ଉତ୍ସଗୁଡିକର ସନ୍ତୁଳନ ବଜାୟ ରକ୍ଷା କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ।ଏହି ମର୍ମରେ ବ୍ୟାଘ୍ର ସଂରକ୍ଷଣ ନିମନ୍ତେ ଶିକ୍ଷାର୍ଥୀମାନଙ୍କ ମନରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲାଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ଅର୍ନ୍ତଜାତୀୟ ବ୍ୟାଘ୍ର ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ପୃଥିବୀରେ ବାଘଙ୍କ ସଂଖ୍ୟା ଓ ସେମାନଙ୍କର ସଂରକ୍ଷଣର ଆବଶ୍ୟକତା ସଂମ୍ପର୍କରେ ଆଲୋଚନା କରାଯାଇଥିଲା।ଇକୋ କ୍ଳବ୍ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ପ୍ରାକୃତିକ ସନ୍ତୁଳନ ରକ୍ଷା କରିବାରେ ବାଘମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିବା ସହିତ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ବ୍ୟାଘ୍ରମାନଙ୍କର ଲ ଜୀବନଶୈଳୀ ଉପରେ ଏକ ଛାୟାଚିତ୍ର ଛାତ୍ରଛାତ୍ରୀମାନଙ୍କୁ ପ୍ରଦର୍ଶନ କରିଥିଲେ।ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଅମୂଲ୍ୟ ଭୋଇ, ଆଶୁତୋଷ ଭୋଇ,ପ୍ରଶାନ୍ତ ମହାପାତ୍ର, ଶିକ୍ଷୟିତ୍ରୀ ରୋଜାଲିନ ଭୋଇଙ୍କ ସମେତ ବୀର ସୁରେନ୍ଦ୍ର ସାଏ ଇକୋ କ୍ଳବ୍ ଓ ୟୁଥ୍ ଆଣ୍ଡ ଇକୋ କ୍ଳବର ସମସ୍ତ ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ।




