ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମାଆଙ୍କ ଜନ୍ମଦିବସ ଉପଲକ୍ଷେ ପ୍ରୀତିପୁର ସତସଙ୍ଗ କେନ୍ଦ୍ରରେ ବିଶେଷ ସତସଙ୍ଗ ଅନୁଷ୍ଠିତ
ତା.୩୧/୦୭/୨୬ ରିଖ ଦିନ ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ପ୍ରୀତିପୁର ପଞ୍ଚାୟତର ପ୍ରୀତିପୁର ସତସଙ୍ଗ କେନ୍ଦ୍ର ପରିସରରେ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଲୀଳା ସଙ୍ଗିନୀ ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମାଆଙ୍କର ୧୩୩ ତମ ଜନ୍ମଦିବସ ଉପଲକ୍ଷେ ଏକ ବିଶେଷ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ସକାଳ ୮.୫୦ ସମୟରେ ଶ୍ରୀ ଶ୍ରୀ ବଡ଼ମାଙ୍କର ଜନ୍ମଲଗ୍ନ ଘୋଷଣା କରାଯାଇଥିଲା l ପରେ ପରେ ବରିଷ୍ଠ ସହପ୍ରତି ୠତ୍ଵିକ ଶ୍ରୀଯୁକ୍ତ ରମାକାନ୍ତ ଦାଶଙ୍କ ପରିଚାଳନାରେ ଏକ ସତସଙ୍ଗ ଅଧିବେଶନ ଅନୁଷ୍ଠିତ ହୋଇଥିଲା l ବିନତି ପ୍ରାର୍ଥନା ପରେ ଶ୍ରୀଯୁକ୍ତ ପ୍ରଦୀପ କୁମାର ପଲେଇ ସତ୍ୟାନୁସରଣ ଗ୍ରନ୍ଥ ଏବଂ ସୁବାସିନୀ ଭୂୟାଁ ନାରୀର ନୀତି ଗ୍ରନ୍ଥ ପାଠ କରିଥିଲେ l ପରେ ପ ରେ ଶ୍ରୀଯୁକ୍ତ ସୁଧୀର କୁମାର ଶତପଥୀ ଏବଂ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଦାସ ବଡ଼ମାଆଙ୍କ ସମ୍ପର୍କିତ ଉପାଦେୟ ଲେଖା ଉପସ୍ଥାପନ କରିଥିଲେ l ବରିଷ୍ଠ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ଦାଶ, ଶ୍ରୀମତୀ ରଞ୍ଜୁଲତା ଜେନା,ସୁଶ୍ରୀ ରଶ୍ମିତା ସୂତାର, ଶ୍ରୀଯୁକ୍ତ ସତ୍ୟବାନ ନାୟକ ଏବଂ ଶ୍ରୀଯୁକ୍ତ ନରେଶ ପୃଷ୍ଟି ଯଥାକ୍ରମେ ଭଜନ, ବୃନ୍ଦଗାନ ତଥା କୀର୍ତ୍ତନ ପରିବେଷଣ କରିଥିଲେ l ବଡ଼ମାଆଙ୍କ ତ୍ୟାଗପୁତ ଦିବ୍ୟଜୀବନ ସମ୍ପର୍କରେ ଶ୍ରୀମତୀ ସୁବାସିନୀ କର, ଡ଼ାକ୍ତର ଅଞ୍ଜନା ଦତ୍ତ ତଥା ଶ୍ରୀଯୁକ୍ତ ରମାକାନ୍ତ ଦାଶ ଆଲୋଚନା କରିଥିଲେ l ଶେଷରେ ସହପ୍ରତି ୠତ୍ଵିକ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ନାରୀ ମାନଙ୍କ ସମ୍ପର୍କରେ ସୁଲଳିତ ଛଡାର ଗାନ ପରିବେଷଣ କରିଥିଲେ l ଉକ୍ତ ସତସଙ୍ଗରେ ଶ୍ରୀଯୁକ୍ତ ଗଗନ ଚନ୍ଦ୍ର ସାହୁ, ଶ୍ରୀଯୁକ୍ତ ମଧୁସୂଦବ ଦତ୍ତଙ୍କ ସମେତ ଅର୍ଦ୍ଧ ଶତାଧିକ ଗୁରୁଭ୍ରାତା ଓ ମାଆମାନେ ଯୋଗ ଦେଇଥିଲେ l



