କିଶୋର ଚନ୍ଦ୍ର ପଢି ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଭଟଲି (ଅଭିମନ୍ୟୁ ପଧାନ ):- ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ରେ ପରିସଂଖ୍ୟାନ ଅଧିକାରୀ ଭାବେ ଅବସ୍ଥାପିତ କିଶୋର ଚନ୍ଦ୍ର ପାଢ଼ୀ ଅବସର ଗ୍ରହଣ କରିଛନ୍ତି l ସେଥିପାଇଁ ଜିଲ୍ଲା ଏଲ ଆଇ ୟୁନିଅନ ଆନୁକୂଲ୍ୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା l ଏଥିରେ ଜିଲ୍ଲା ସଭାପତି ଦିଲ୍ଲୀପ କୁମାର ଦେବତା, ଉପସଭାପତି ଯଶୋବନ୍ତ ସାହୁ ଓ ଅହଲ୍ୟା ପ୍ରଧାନ, ଉପଦେଷ୍ଟା ଶୁକଦେବ ସାହୁ,ବରିଷ୍ଠ ସଭ୍ୟ ସୁରଜିତ ବିଶ୍ୱାସ, ଯଗ୍ୟେଶ୍ୱର ବାରିକ,ମଧୁସୂଦନ ପୁଜାହାରୀ,ସାଗର ଗଣିତ,ରାଧେଶ୍ୟାମ ସାହୁ,ସଂଘମିତ୍ରା ରାଉତ, ଅନିତା ପଣ୍ଡା, ବୀରେନ୍ଦ୍ର ଅଦାବର, ରୋହିତ ସାହୁ,ଚକ୍ରଧର ସରାଫ,ଫକୀର ମୋହନ ସାହୁ,ଆଲୋକ ନାରଙ୍ଗ ପ୍ରମୁଖ ଯୋଗ ଦେଇ ଶ୍ରୀ ପାଢ଼ୀଙ୍କ କର୍ମମୟ ଜୀବନର ସଫଳତା ବିଷୟରେ ଆଲୋଚନା କରିଥିଲେ l ସେ ବଲାଙ୍ଗୀର ଜିଲ୍ଲା ଭରସୁଜାରୁ ଚାକିରୀ ଜୀବନ ଆରମ୍ଭ କରି ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଏବଂ ବରଗଡ଼ ଜିଲ୍ଲା ଗୁଡ଼େସିରl, ଖୁଣ୍ଟପାଲି, ସରସରା ଓ ଶେଷରେ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ହୋଇ ସୁଚାରୁରୂପେ ନିଜର ଦାୟିତ୍ୱ ସମ୍ପାଦନ କରିଥିବା ହେତୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା l ତାଙ୍କର ଅବସର ପରବର୍ତ୍ତୀ ଜୀବନ ଆହୁରି ସୁଖମୟ ହେଉ ବୋଲି ସମସ୍ତେ କାମନା କରିଥିଲେ l ଶେଷରେ ସଂଗଠନ ସମ୍ପାଦକ ସୁଶାନ୍ତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l



