ଶୀର୍ଷକ:
ତପ୍ତପାଣିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; କନ୍ଧୁଣୀ ଦେବୀଙ୍କ ଦର୍ଶନ, ସୁରକ୍ଷାରେ କଡ଼ା ବ୍ୟବସ୍ଥା
ଗଞ୍ଜାମ: ଦୁଇଦିନିଆ ଓଡ଼ିଶା ଗସ୍ତରେ ଥିବା ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଗଞ୍ଜାମ ଜିଲ୍ଲାର ତପ୍ତପାଣିରେ ପହଞ୍ଚିଛନ୍ତି। ସେଠାରେ ସେ ପ୍ରସିଦ୍ଧ କନ୍ଧୁଣୀ ଦେବୀ ମନ୍ଦିରକୁ ଯାଇ ମା’ଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବେ। ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ତପ୍ତପାଣି ଓ ଆଖପାଖ ଅଞ୍ଚଳରେ ଉତ୍ସବମୁଖର ପରିବେଶ ସହ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ସ୍ତରକୁ ବୃଦ୍ଧି କରାଯାଇଛି।
ଗସ୍ତ କାର୍ଯ୍ୟକ୍ରମ ଅନୁଯାୟୀ, ରାଷ୍ଟ୍ରପତି ଆଜି ରାତିରେ ବ୍ରହ୍ମପୁରସ୍ଥିତ ଗୋଳାବନ୍ଧ ଆର୍ମି ଏଡି କଲେଜରେ ରାତ୍ରିଯାପନ କରିବେ। ଆସନ୍ତାକାଲି ସେ ବ୍ରହ୍ମପୁରରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବ୍ରହ୍ମପୁରରୁ ତପ୍ତପାଣି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାର୍ଗରେ ସୁରକ୍ଷା ବଳ ମୁତୟନ କରାଯାଇଥିବାବେଳେ, ଗସ୍ତକୁ ନିର୍ବିଘ୍ନ ଓ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସମସ୍ତ ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି।



