୪-୮-୨୦୨୬,କଟେରଦୁହା ଫରେଷ୍ଟ ଅଫିସ,ରେଙ୍ଗାଲି ସେକ୍ସନ, ଜୁନାଡିହି ଠାରେ ୭୭ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି।
ସମ୍ବଲପୁର ଜିଲ୍ଲା, ରେଙ୍ଗାଲି ସେକ୍ସନ,କଟେରଦୂହା ଫରେଷ୍ଟ ଅଫିସ ତରଫରୁ କିନାଲେଇ ହାଏ ସ୍କୁଲ ଓ ଇଉପି ସ୍କୁଲ ରେ ୭୭ ତମ ବନ ମହୋତ୍ସବ ରେ ରେଙ୍ଗାଲି ସେକ୍ସନ ରେଞ୍ଜର ସୁଜାତା ପଟେଲ ଙ୍କ ସଭାପତିତ୍ବରେ ଫରେଷ୍ଟର ଶ୍ୟାମ ସୁନ୍ଦର ବାଘ, ମଧୁସ୍ମିତା ମହାପାତ୍ର,ରାକେଶ ଶ୍ୟାମଲ, ବଣ୍ଟି କୁମାର ସାହୁ ବନ ମହୋତ୍ସବ ରେ ବୃକ୍ଷ ରୋପଣ ରେ ସାହାର୍ଯ୍ୟ କରିଥିଲେ।କିନାଳେଇ ୟୁପି ସ୍କୁଲ ଓ ହାଇସ୍କୁଲ ରେ ୨୦୦ଟି ଚାରା ରୋପଣ କରାଯାଇଥିଲା। ଗଛ ଲଗାଇଲେ ପରିବେଶ ଭଲ ରହିବା ସହିତ ବର୍ଷା ମଧ୍ୟ ଠିକ୍ ହେବ ଓ ଆମ ଯିବ ଜଗତ ଶାନ୍ତି ରେ ରହିପାରିବେ ଓ ଖରା ଦାଉ ରୁ ରକ୍ଷା ପାଇ ପାରିବା। ତେଣୁ ସମସ୍ତେ ଜଣେ ଲେଖାଏଁ ଗଛଟିଏ ଲଗାନ୍ତୁ ଓ ପରିବେଶକୁ ରକ୍ଷା କରନ୍ତୁ। ଏହି ବନମହୋତ୍ସବ ରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ।ସମ୍ବଲପୁର ରୁ ନରେନ୍ଦ୍ର ସାହୂ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।




