ମହିଳାମଣ୍ଡଳ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟଶିବିର ଆୟୋଜନ
ତାଳଚେର, ୦୪/୦୮ ଏମସିଏଲ ହିଙ୍ଗୁଳା ଏରିଆ ପ୍ରତିଭା ମହିଳାମଣ୍ଡଳ ପକ୍ଷରୁ ଏକ ମାଗଣାସ୍ୱସ୍ଥ୍ୟସେବା ଶିବିର କର୍ଣ୍ଣପୁର ପଂଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ମହିଳା ମଣ୍ଡଳର ସଭାପତି ଅଶ୍ମିତା ଯୋଶୀଙ୍କ ନେତୃତ୍ୱରେ ଏହି ଶିବିରରେ ୨ଶହରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ନିଜର ସ୍ୱାସ୍ଥ୍ୟପରୀକ୍ଷା କରି ଔଷଧ ନେଇଥିଲେ । ବିଶେଷକରି ବରିଷ୍ଠ ଡ଼ାକ୍ତରଙ୍କ ଦ୍ୱାରା ମଧୁମେୟ, ଉଚ୍ଚରକ୍ତାଚାପ ସମ୍ବନ୍ଧୀୟ ପରୀକ୍ଷା କରାଯାଇଥିଲା । ଏଥିରେ ସରପଂଚ ମହିଳାମଣ୍ଡର ସଦସ୍ୟା ପିଙ୍କି ସେଠୀ, ସୋନାଲି ପ୍ରଧାନ, ମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ତେବେ ତାଳଚେର ଅଂଚଳରେ ପ୍ରଚୁର ଧୂଳିଧୂଆଁ ଯୋଗୁଁ ବିଭିନ୍ନ ମାରାତ୍ମକ ରୋଗର ଶୀକାର ହୋଇ କେହି ମୃତ୍ୟୁ ବରଣ କରୁଥିବା ବେଳେ ଆଉ କେହି ବିଛଣାରେ ପଡ଼ି ଜୀବନ ସହିତ ସଂଗ୍ରାମ କରୁଛନ୍ତି । ତେଣୁ ମାସର ୩୦ଦିନ ମଧ୍ୟରେ ପ୍ରତି ପଂଚାୟତ ସହିତ ପୌରାଚଂଳରେ ଏହି ଚିକିତ୍ସା ଶିବିର କରାଗଲେ ଲୋକ କିଛିକାଂଶରେ ଉପକୃତ ହୋଇପାରିବେ ବୋଲି ଚର୍ଚ୍ଚା ହେଉଛି ।

August 4, 2026/
No Comments


