୩ଦିନ ବିତିଯାଇଥିଲେ ମଧ୍ୟ ବ୍ରାହ୍ମଣୀ ନଦୀରୁ ନିଖୋଜ ଯୁବକଙ୍କ ପତା ମିଳିନାହିଁ
ତାଳଚେର, ୦୪/୦୮ ତାଳଚେର ବ୍ରାହ୍ମଣୀନଦୀରେ ତିନିଦିନ ପୂର୍ବରୁ ତାଳଚେର ବ୍ଲକ କଙ୍କିଳି ପଂଚାୟତ କାକୁଡ଼ି ଗ୍ରାମର ପଛପାଶ୍ୱର୍ରେ ରହିଥିବା ନଦୀକୁ ୨ଜଣ ଯୁବକ ଗାଧୋଇ ଯାଇଥିଲେ । ଦୁଇଜଣଙ୍କ ମଧ୍ୟରୁ ସ୍ଥାନୀୟ ସିକିୁ୍ୟରିଟିଗାର୍ଡ଼ ଓ ଲୋକଙ୍କ ସହାୟତରେ ଜଣେ ଯୁବକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲୋ । ଅନ୍ୟ ଜଣଙ୍କୁ ନପାଇବାରୁ ତାଳଚେର ପୋଲିସ୍ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଓଡ଼୍ରାଫ ଟିମ ବହୁ ଖୋଜାଖୋଜି କରିବାପରେ ମଧ୍ୟ ନିଖୋଜ ଯୁବକକୁ ପାଇନଥିଲେ । ତିନିଦିନ ବିତିଯାଇଥିଲେ ହେଁ ଏଯାଏଁ ନିଖୋଜ ଯୁବକର ପତା ମିଳିପାରି ନାହିଁ । ଏସମ୍ପର୍କରେ ଅଗ୍ନିଶମ ବାହିନୀର ଅଧିକାରୀଙ୍କୁ ପଚାରିବାରୁ ସେ କୁହନ୍ତିକି ନଦୀର ସ୍ରୋତ ଅଧିକ ରହୁଥିବାରୁ ତାଙ୍କୁ ଖୋଜିବା ସମ୍ଭବପର ହୋଇପାରୁ ନାହିଁ । ଏହାକୁ ନେଇ ନିଖୋଜ ଥିବା ଯୁବକଙ୍କ ପରିବାରବର୍ଗ ଓ ଗ୍ରାମବାସୀ ଆଶାଆଶଙ୍କାରେ ରହିଥିବା ବେଳେ ବାପା, ମାଆ, ଭାଇଭଉଣୀ ଏବେ ଦୁଃଖରେ କାଳତିପାତ କରିବା ସହ ସନ୍ଦେହ ଘେରରେ ରହିଛନ୍ତି ।

August 4, 2026/
No Comments


