ଅଚାନକ ବର୍ଷା ସହିତ ତୁହାକୁ ତୁହା ବିଜୁଳି
ତାଳଚେର, ୦୪/୦୮ ଆଜି ଅପରାହ୍ଣରେ ସମୟରେ ଅଚାନକ ଆକାଶରେ କଳାବାଦ ଢ଼ାଙ୍କି ଆଣି ଅନ୍ଧାର କରିବା ସହିତ ଖୁବ ଯୋରରେ ବର୍ଷା ପକାଇବା ଆରମ୍ଭ କରିଦେଲା । ପ୍ରାୟ ୧ଘଂଟା ୪୪ମିନିଟ୍ ବର୍ଷା ହେବା ସହିତ ତୁହାକୁ ତୁହା ବିଜୁଳି ଘଡ଼ଘଡ଼ି ମାରିଥିଲା ଓ ଏହାକୁ ନେଇ ଲୋକଙ୍କ ମନକୁ ଭୟଭିତ କରିପକାଇଥିଲା । ଲୋକମାନେ ଝରକା କବାଟ ଦେଇ ଘର ଭିତରୁ ପଦାକୁ ବାହାରିନଥିଲେ । ତେବେ ଏହି ବିଜୁଳି ଏତେ ପ୍ରଖର ଥିଲା ଯେ, ଲୋକଙ୍କର ପଙ୍ଖା, ଟିଭି ଓ ଇଲେକ୍ଟ୍ରୋନିକ୍ ସାମଗ୍ରୀ ପୋଡ଼ି ଯାଇଥିବା ଜଣାପଡ଼ିଛି । ବିଜୁଳି ଘଡ଼ଘଡ଼ି ଯୋଗୁଁ ସମ୍ପୂର୍ଣ୍ଣ କ୍ଷୟକ୍ଷତିର ସୂଚନା ମିଳିନଥିଲେ ମଧ୍ୟ ବର୍ଷା ହେତୁ ତାଳଚେର ଅଂଚଳରେ ପ୍ରତ୍ୟେକ ସ୍ଥାନ ଗୁଡ଼ିକ ଯଥା ସାହି ଗଳିକନ୍ଦି ଓ ରାଜପଥ କୁତ୍ରିମ ହ୍ରଦ ପାଲଟି ଯାଇଥିଲା ।

August 4, 2026/
No Comments


