ଆଜି ଅନୁଗୋଳ ଜିଲ୍ଲାରୁ ୩୯ ଜଣ କରୋନା ପଜିଟିଭ ଚିହ୍ନଟ

– ପଜିଟିଭ ସଂଖ୍ୟା ୧୧୫୮୦ରେ ପହଞ୍ଚିଲା – ସୁସ୍ଥ ହେଲେ ୨୯ ଜଣ
ଜେ ବି ଏନ, ୧୯/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ଅନୁଗୋଳ : ଆଜି ଅନୁଗୋଳ ଜିଲ୍ଲାରେ ୩୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଂକ ମଧ୍ୟରୁ ୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାକ ସଂଖ୍ୟା ୨୦୪ ରେ ପହଂଚିଛି । ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ କଣିହାଁ ବ୍ଳକ୍ ଅଂଚଳରୁ ୧୧ଜଣ ( ୬ଜଣ ପୁରୁଷ ଓ ୫ଜଣ ମହିଳା ) , ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୧୦ଜଣ ( ୫ଜଣ ପୁରୁଷ ଓ ୫ଜଣ ମହିଳା ) , ତାଳଚେର ବ୍ଲକ୍ ଅଂଚଳରୁ ୫ଜଣ ( ୧ ଜଣ ପୁରୁଷ ଓ ୪ଜଣ ମହିଳା ) , ଅନୁଗୋଳ ବ୍ଳକ୍ ଅଂଚଳରୁ ୪ଜଣ ( ୧ ଜଣ ପୁରୁଷ ଓ୩ ଜଣ ମହିଳା ) , ଅନୁଗୋଳ ପୌରାଞ୍ଚଳରୁ ୪ଜଣ ( ୩ଜଣ ପୁରୁଷ ଓ ୧ଜଣ ମହିଳା ) , ପାଳଲହଡା ବ୍ଳକ୍ ଅଂଚଳରୁ ୩ଜଣ ( ୨ଜଣ ପୁରୁଷ ଓ ୧ଜଣ ମହିଳା ) , ତାଳଚେର ପୌରାଞ୍ଚଳରୁ ୧ଜଣ ( ୧ ଜଣ ମହିଳା ) ଓ ବଅଁରପାଳ ବ୍ଳକ୍ ଅଂଚଳରୁ ୧ଜଣ ( ୧ ଜଣ ପୁରୁଷ ) ଅଛନ୍ତି । ସମସ୍ତେ ଅନ୍ୟ ଆକ୍ରାନ୍ତ ଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ଆଜି କିଶୋରନଗର ବ୍ଳକ , ଆଠମଲ୍ଲିକ ବ୍ଳକ ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ କୌଣସି ପଜିଟିଭ ଚିହ୍ନଟ ହୋଇନାହାନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଂକୁ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଂକୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲାରୁ ୨୯ଜଣ ସୁସ୍ତ ହୋଇଛନ୍ତି । ସେମାନଂକ ମଧ୍ୟରେ ୩ଜଣ କୋଭିଡ ହସପିଟାଲରୁ ଓ ୨୬ ଜଣ ହୋମ Isolation ରୁ ସୁସ୍ଥ ହୋଇଛନ୍ତି ।



