ଶାନ୍ତିପୂର୍ଣ୍ଣ ଗଣଧାରଣା ଦେବ ରେଲ୍ ୟୁଜର୍ସ କମିଟି
ତାଳଚେର, ୦୫/୦୮ ଆସନ୍ତା ସେପ୍ଟେମ୍ବର ୭ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରେଲ୍ ୟୁଜର୍ସ କମିଟି ପକ୍ଷରୁ ତାଳଚେର ରେଳ ଷ୍ଟେସନ୍ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯିବ ବୋଲି ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୭ ଦଫା ଦାବୀପତ୍ର ତାଳଚେର ଏଆରଏମ୍ ଙ୍କ ଜରିଆରେ ପ୍ରଦାନ କରାଯାଇଛି । ତାଳଚେର ରେଳ ଷ୍ଟେସନକୁ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ଆସିବା, ତାଳଚେର ରୁ ଅନୁଗୋଳ ପର୍ଯ୍ୟନ୍ତ ୱାଇ ସଂଯୋଗୀକରଣ ଲୁପ୍ ଲାଇନ୍ କାର୍ଯ୍ୟ ଶୀଘ୍ର ଶେଷ କରିବା, ହାଣ୍ଡିଧୂଆ ଛକ, ବନ୍ତୋଲଛକ, ହାଟତୋଟା ରୋଡ୍, ଥର୍ମାଲ୍, ବାଙ୍କଧରା ଛକ ଓ ସାଉଥ୍ ବଲଣ୍ଡା ପ୍ରଭୃତି ସ୍ଥାନ ମାନଙ୍କରେ ଥିବା ରେଲୱେ କ୍ରସିଂ ଗୁଡିକରେ ଓଭରବ୍ରିଜ୍ ନିର୍ମାଣ କରିବା, ପୁରୀରୁ ତାଳଚେରକୁ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ୍ କୁ କଣିହାଁ ପର୍ଯ୍ୟନ୍ତ ସଂପ୍ରସାରଣ କରିବା, ପୁରୀରୁ ଅନୁଗୋଳକୁ ଫେରୁଥିବା ମେମୁ ପାସେଞ୍ଜର ଟ୍ରେନ୍ ତାଳଚେର ଷ୍ଟେସନରେ ପହଂଚିବାର ନିର୍ଦ୍ଧାରିତ ସମୟ ୮.୨୪ ମିନିଟ୍ ଥିବାବେଳେ ପ୍ରତ୍ୟେକ ଦିନ ଏହା ରାତ୍ରୀ ୧୧ ଘଟିକା ପହଂଚୁଅଛି ଏହା ନିର୍ଦ୍ଧାରିତ ସମୟରେ ପହଂଚିବା, ତାଳଚେର ଷ୍ଟେସନ୍ ଦେଇ ଯାଉଥିବା ସମସ୍ତ ଟ୍ରେନ୍ ଓ ଷ୍ଟେସନ୍ ର ପାନୀୟ ଜଳ, ସଫା ସୁତରା ଏବଂ ଯାତ୍ରୀଙ୍କ ସୁରକ୍ଷା ବନ୍ଦୋବସ୍ତ କରିବା, ତାଳଚେରକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସମସ୍ତ କୋଇଲା ବୋଝେଇ ଟ୍ରେନ୍ ରେ ପାଲ ବାନ୍ଧିବା ପ୍ରଭୃତି ୭ ଦଫା ଦାବୀପତ୍ର ପ୍ରଦାନ କରିଅଛି । ୧୯୨୭ ମସିହାରେ ସ୍ଥାପିତ ଓଡିଶାର ସବୁଠାରୁ ପୁରୁଣା ଷ୍ଟେସନ୍ ଓ ଏହା ପ୍ରତ୍ୟେକ ଦିନ କୋଇଲା ପରିବହନ ବାବଦ ରେଳବିଭାଗକୁ ଦୈନିକ ୪୦ କୋଟିରୁ ଅଧିକ ଟଙ୍କା ଭଡା ବାବଦ ଲାଭ ଦେଉଥିବା ବେଳେ ସମମସ୍ତ ଯାତ୍ରୀବାହୀ ଟ୍ରେନ୍ ଗୁଡିକ ତାଳଚେର ରୋଡ୍ ଦେଇ ଚଳପ୍ରଚଳ କରୁଥିବା ବେଳେ ଅଂଚଳବାସୀଙ୍କ ଯାତାୟତ ପାଇଁ ଏହି ଷ୍ଟେସନ୍ କୁ କୌଣସି ଯାତ୍ରୀବାହୀ ଟ୍ରେନ୍ ନଆସିବା ଏହା ତାଳଚେରବାସୀଙ୍କ ପ୍ରତି ରେଳ ବିଭାଗର ବୈମାତୃକ ମନୋଭାବ । ଏହା ବିରୋଧରେ ପୂର୍ବରୁ ତାଳଚେରବାସୀ ବାରମ୍ବାର ଆନ୍ଦୋଳନ କରିଥିଲେ ମଧ୍ୟ ସରକାର ତାଳଚେରବାସୀଙ୍କ ଯାତାୟତ ପାଇଁ ରେଳ ସୁବିଧା ନକରିବା ବଡ ଦୁଃଖ ଓ ପରିତାପର ବିଷୟ । ଏହି ଅନ୍ୟାୟ ବିରୋଧରେ ଆଗାମୀ ସେପ୍ଟେମ୍ବର ୭ ତାରିଖ ଠାରୁ ଗଣଧାରଣା ଦିଆଯିବା ପାଇଁ ନିଷ୍ପତି ନିଆଯାଇଛି । ଆଜିର ଏହି



