ପାଖେଇ ଆସୁଛି ତାଳଚେର ଗଣେଶପୂଜା ବିଭିନ୍ନ ପୂଜାକମିଟିର ଅସନ୍ତୋଷ : ପୂର୍ବରୁ ଥିବା ସଦସ୍ୟଙ୍କୁ ହଟାଯାଇ ନୂତନ କାର୍ଯ୍ୟକର୍ତା ଚୟନ ଦାବି
ତାଳଚେର, ୦୫/୦୮ ତାଳଚେର ପ୍ରସିଦ୍ଧ ଗଶେପୂଜାକୁ ଆଉ ମାତ୍ର ୪୦ଦିନ ବାକି ରହିଛି । ଆଗାମୀ ସେପ୍ଟେମ୍ବର ମାସ ୧୪ତାରିଖ ୪ର୍ôଥରେ ଗଣେଶପୂଜା ଆରମ୍ଭ ହୋଇ ଇନ୍ଦୁପୂର୍ଣ୍ଣିମା ଦିନ ବିସର୍ଜନ କରାଯିବ । ସେଥିନେଇ ପ୍ରତ୍ୟେକ ପୂଜାକମିଟି ଗୁଡ଼ିକ ପୂର୍ବବର୍ଷରୁ ଆହୁରି କିପରି ପୂଜାକୁ ସରସ ସୁନ୍ଦର କରାଯାଇପାରିବ ତାକୁ ନେଇ ବୈଠକ ଉପରେ ବୈଠକ ଚାଲିଛି । ତାଳଚେର ସହରର ବଡ଼ଦାଣ୍ଡସାହି ଠାରୁ ଆରମ୍ଭକରି ହାଣ୍ଡିଧୂଆଁ ଛକ ପର୍ଯ୍ୟନ୍ତ ବିଭିନ୍ନ ତୋରଣ ଓ ଆଲୋକମାଳାରେ ସୁସଜ୍ଜିତ ହେବ । ଫଳରେ ୧୦ଦିନ ବ୍ୟାପୀ ତାଳଚେର ସହର ଚଳଚଂଚଳ ହୋଇ ଉଠିବ । ଗତବର୍ଷ ବିସର୍ଜନ ପୂର୍ବଦିନ ପ୍ରସିଦ୍ଧ ଲଡ଼ୁ ନିଲାମରେ ବିଶୃଙ୍ଖଳିତ ହୋଇଥିବାରୁ କେନ୍ଦ୍ରୀୟ ଗଣେଶପୂଜା କମିଟି ଅପରାଗତା ପାଇଁ ଏହା ହେଲା ବୋଲି ବିଭିନ୍ନ ପୂଜା କମିଟିର କର୍ମକର୍ତାମାନେ ଅସନ୍ତୋଷ ଜାହିରି କରିଥିଲେ । ଲଡ଼ୁ ନିଲାମରେ ବିଶୃଙ୍ଖଳା ପାଇଁ କେନ୍ଦ୍ରୀୟ ଗଣେଶପୂଜା କମିଟିର ପୂର୍ବତନ ଉପଜିଲ୍ଳାପାଳ ତଥା ସଭାପତି ସମୀର ଜେନା ଓ ତାଳଚେର ଉପଖଣ୍ଡ ପୋଲିସ୍ ଅଧିକାରୀ ଭରତ ଚରଣ ସାହୁ ସେହି ଲଡ଼ୁ ନିଲାମ ଷ୍ଟେଜରୁ ସର୍ବ ସମ୍ମୁଖରେ ନିଜ ନିଜର ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । ଫଳରେ ସଭାପତିଙ୍କ ବିନା ଅନ୍ୟ କାର୍ଯ୍ୟକର୍ତମାନେ ପୁନଃ ଲଡ଼ୁ ନିଲାମ କାର୍ଯ୍ୟକ୍ରମ କରିଥିଲେ । ସଭାପତିଙ୍କ ବିନା ପୂଜା ସରିବାପରେ ବିଭିନ୍ନ କାର୍ଯ୍ୟକ୍ରମ ଆୟବ୍ୟୟ ହିସାବ ହୋଇନଥିବା ବେଳେ ପୂଜାରେ ସାଜସଜ୍ଜା, ମୂର୍ତି ବିସର୍ଜନ ଆଦିରେ ଦିଆଯିବାକୁ ଥିବା ପୁରସ୍କାର ଆଜି ପର୍ଯ୍ୟନ୍ତ ଦିଆଯାଇ ନାହିଁ । ପୂଜା ସରିବାର ଏକମାସ ପରେ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ କମିଟିଗୁଡ଼ିକୁ ଏବାବଦରେ ପୁରସ୍କୃତ କରିବାର ଥିବା ବେଳେ ଦୀର୍ଘ ୧ବର୍ଷ ପରେ ଆସନ୍ତା ୬ତାରିଖରେ ଆଗାମୀ ଗଣେଶପୂଜା ପାଇଁ ସାଧାରଣ ବୈଠକ ଓ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳକ୍ଲବ ଠାରେ ଅନୁଷ୍ଠିତ ହେବ ବୋଲି ଏକ ଚିଠି ଉପଜିଲ୍ଳାପାଳଙ୍କ ହସ୍ତାକ୍ଷରରେ ହ୍ୱାଟସାପ୍ ମାଧ୍ୟମରେ ଚିଠି ଦିଆଯାଇଛି । କେନ୍ଦ୍ରୀୟ କମିଟିର ବିଗତ ବର୍ଷରେ ବିଭିନ୍ନ ପଦପଦବୀରେ ଥିବା ବ୍ୟକ୍ତି ସୁପରିଚାଳନା କରିବାରେ ବିଫଳ ହୋଇଥିବା ବେଳେ ଚଳିତବର୍ଷ ସେମାନେ ସମସ୍ତେ ନିଜଆଡ଼ୁ ଇସ୍ତଫା ଦେବାକୁ ଅନେକ ପୂଜା କମିଟି ଦାବି କରିଛନ୍ତି ଓ ନୂତନ ଉତ୍ସାହି ଯୁବବ୍ୟକ୍ତିତ୍ୱଙ୍କୁ ନେଇ ନୂତନ କମିଟି ଗଠନ କରାଯିବାକୁ ସେମାନେ ଦାବି କରିଛନ୍ତି । -ତେଣୁ ପୂର୍ବରୁ କେନ୍ଦ୍ରୀୟ ଗଣେଶ ପୂଜା କମିଟିରେ ରହିଥିବା ସମସ୍ତ ସଦସ୍ୟଙ୍କୁ ହଠାଯାଇ ନୂତନ ସଦସ୍ୟ ଚୟନ କରାଯାଉ ବୋଲି ପୂଜାକମିଟିମାନେ ପ୍ରକାଶ କରିଛନ୍ତି । ପୁନଶ୍ଚ ଶୁଣାଯାଏ କମିଟିର ବହୁ କାର୍ଯ୍ୟକର୍ତା ସେହି ପଦବୀରେ ରହିବାକୁ ପ୍ରୟାସ ଜାରି ରଖିଛନ୍ତି । ତେବେ ପ୍ରତିବର୍ଷ ଗଣେଶପୂଜା ନୂତନ ସଦସ୍ୟ ଚୟନ କରାଯାଇ ପୂଜାକୁ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନେଇ ସାଧାରଣରେ ଦାବି ଯୋରଧରିଛି । ଏଥିସହ ଡ଼ିଜେକୁ ସମ୍ପୂର୍ଣ୍ଣ ବାରଣ କରାଯିବାନେଇ ଚର୍ଚ୍ଚା ହେଉଛି । ନୂତନ ଉପଜିଲ୍ଳାପାଳଙ୍କ ସଭାପତିତ୍ୱରେ ଆଗାମୀ ଦିନରେ କିପରି ସଫଳଭାବେ ପୂଜା ସମ୍ପର୍ଣ୍ଣ ହେବ ସେନେଇ ବିଭିନ୍ନ ପୂଜାକମିଟି ଉତ୍ସାହର ସହ ଦେଖିବାକୁ ଅପେକ୍ଷା କରିଛନ୍ତି ।



