କେନ୍ଦୁଝର ଜିଲ୍ଲାରେ ଚମ୍ପୁଆ ରେଞ୍ଜରେ ଗୋଠଛଡ଼ା ଦନ୍ତାହାତୀର ଉପଦ୍ରବ

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ତଥା ଚମ୍ପୁଆବ୍ଲକ ପଡୁଆ ଗ୍ରାମରେ ଗୋଠଛଡା ଦନ୍ତାହାତୀ ଦ୍ଵାରା ବ୍ୟାପକ କ୍ଷୟକ୍ଷତି। ଗ୍ରାମରେ ଗୋଟିଏ ଘରଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇଛି ଗୋଠଛଡା ଦନ୍ତା। ରାତିରେ ଏହି ଗୋଠ ଛଡ଼ା ଦନ୍ତାହାତୀ ଝାଲିଆବେଡା ଜଙ୍ଗଲରୁ ବାହାରି ପଡୁଆ ଗାଁ ରେ ପଶିଥିଲା। ଏବଂ ପାହାନ୍ତା ରେ ଗାଁ ର ସୋମବାରୀ ମୁଣ୍ଡାଙ୍କ ଘରଭାଙ୍ଗି ଦେଇଥିବା ବେଳେ ଘର ଭିତରୁ ଧାନ ଚାଉଳ ଖାଇ ଯାଇଛି ଏହି ଦନ୍ତାହାତୀ । ହାତୀ ଘରଭାଙ୍ଗିବା ସମୟରେ ବର୍ଷା ହେଉଥିଲା ଏଣୁ ସୋମବାରୀଙ୍କ ପରିବାର ସମସ୍ତେ ଘରଭିତରେ ଶୋଇ ଥିଲେ। ତେବେ ହାତୀ ଘର ଭାଙ୍ଗିବା ଜାଣି ସମସ୍ତେ ଘରୁ ବାହାରି ଦୈଡି ପଳାଇ ଯାଇଥିଲେ। ଫଳରେ ବଡ଼ ଅଘଟଣରୁ ବର୍ତୀ ଯାଇଛନ୍ତି। ପରେ ଗ୍ରାମବାସୀ ଏକତ୍ରିତ ହୋଇ ହାତୀଟିକୁ ଘଉଡାଇଥିଲେ। ସେଠାରୁ ଫେରି ହାତୀଟି ଗ୍ରାମରେ ବ୍ୟାପକ ପନିପରିବା ଚାଷ ନଷ୍ଟ କରିଛି ଓ ସକାଳୁ ହାତୀଟି ନିକଟସ୍ଥ ଝାଲିଆବେଡା ଜଙ୍ଗଲ ମଧ୍ୟକୁ ଚାଲିଯାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




