ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ
ତାଳଚେର, ୧୦/୦୮ ଜିଲ୍ଳାପାଳ ଅବଦାଲ ମହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ତାଳଚେର ସିମିତି ସଭାଗୃହ ଠାରେ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶିବିରରେ ସମୁଦାୟ ୫୯ଟି ଅଭିଯୋଗ ହୋଇଥିଲା । ସେଥିମଧ୍ୟରୁ ୪୨ଟି ବ୍ୟକ୍ତିଗତ ଓ ୧୭ଟି ଗ୍ରାମ୍ୟଭିତିକ ଅଭିଯୋଗ ଶୁଣାଣୀ ହୋଇଥିବା ବେଳେ ୩ଟିର ତୁରନ୍ତ ଫଇସଲା କରାଯାଇଥିଲା । ୩ଜଣଙ୍କୁ ରେଡ଼କ୍ରସ ପାଣ୍ଠିରୁ ୩୦ହଜର ଟଙ୍କା ଚିକିତ୍ସା ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଳା ପରିଷଦ ମୁଖ୍ୟ, ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଦତ ମହନ୍ତ, ଜିଲ୍ଳା ମୁଖ୍ୟଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ମଦନମୋହନ ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜୀବ ଲୋଚନ ପଣ୍ଡା, ତାଳଚେର ଉପଜିଲ୍ଳାପାଳ ଆଶିଷ ରଞ୍ଜନ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ ବରାଳ, ତହସିଲଦାର ଆଲଫାଜେନା, ଆସିଷ୍ଟାଂଣ୍ଡ କଲେକ୍ଟର ସଞ୍ଜୟ ଭୋଇ, ଅତିରିକ୍ତ ଜିଲ୍ଳା ଶିକ୍ଷାଅଧିକାରୀଣି, ମଧୁସ୍ମିତାନନ୍ଦ, ଜିଲ୍ଳା ମଙ୍ଗଳ ଅଧିକାରୀ ଦିଲ୍ଳୀପ ମିଶ୍ର. ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, ସମାଜମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳୀ ଶତପଥୀ, ଉପନିର୍ଦ୍ଦେଶକ ଉଦ୍ୟାନ ଅମ୍ବଲ ଲୁଗୁନ, ମୁଖ୍ୟ ପ୍ରାଣିଚିକିତ୍ସିକ ସତ୍ୟନାରାୟଣ ସାହୁ, ସାମାଜିକ ସୁରକ୍ଷାଅଧିକାରୀ ମନୁଷ ଏକାଙ୍କ ସହ ବିଭିନ୍ନ ଜିଲ୍ଳା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ । ଏହି ଶିବରକୁ ଆସିଥିବା ଲୋକମାନେ ଗ୍ରାମ୍ୟ ସମସ୍ୟା, ଗ୍ରାମୀଣ ଆବାସ, ଜମିଜମା ସମ୍ବନ୍ଧୀୟ, ବ୍ୟକ୍ତିଗତ ସମସ୍ୟା ଦାଖଲ କରିଥିଲେ ।



