ବେକ ରେ ରସି ଲଗାଇ ଅଙ୍ଗନବାଡି କର୍ମୀ ମୃତ

ଜେ ବି ଏନ, ୨୧/୧୨/୨୦୨୦, (ରିପୋର୍ଟ, ବ୍ୟୁରୋ, JRP), ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଚାନ୍ଦପୁରା ଗ୍ରାମ ରେ 48 ବର୍ଷୀୟା ଅଙ୍ଗନବାଡି କର୍ମୀ ବେକରେ ରସି ଲଗାଇ ଆତ୍ମହତ୍ୟା କରିବା ଘଟଣା ସ୍ତାନୀୟ ଅଞ୍ଚଳ ରେ ଚର୍ଚା ର ବିଷୟ ପାଲଟିଛି. ସୂଚନା ଅନୁସାରେ ତିହୁଡା ଗ୍ରାମ ର ବଇଁଶୀ ଲେଙ୍କା ଙ୍କ ଝିଅ ନମିତା ସ୍ଵାଇଁ ଚାନ୍ଦପୁରା ଗ୍ରାମ ର ଅନାମ ସ୍ଵାଇଁ ଙ୍କ ପୁଅ ଅର୍ଜୁନ ସ୍ଵାଇଁ ଙ୍କୁ ବିବାହ କରିଥିଲେ

. ତାଙ୍କର 17 ବର୍ଷ ଓ 15 ବର୍ଷ ର ପୁଅ ଦୁଇଟି ରହିଥିବା ବେଳେ କୌଣସି କାରଣରୁ ଶନିବାର ସକାଳ ୭ଟା ସମୟରେ ବେକ ରେ ରସି ଲଗାଇ ଫ୍ୟାନ ରେ ଝୁଲୁଥିବା ପରିବାର ଲୋକ ଦେଖିଥିଲେ. ସଂଗେ ସଂଗେ ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଥିଲା. ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ. ଖବର୍ ପାଇଁ ଘଟଣା ସ୍ଥଳରେ ନାଉଗାଁ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି !




