୩୨ତମ ରାଜ୍ୟ ସ୍ତରୀୟ ଉଷୁ ଚାମ୍ପିଅନ୍ସିପ୍: ଅନୁଗୋଳ ଜିଲ୍ଲାରୁ ପ୍ରତିନିଧିତ୍ୱ କରିବେ ୨୮ ଜଣ ପ୍ରତିଯୋଗୀ
ଅନୁଗୋଳ,୨୦.୦୮ : ଝାରସୁଗୁଡ଼ାର ବେଲପାହାଡ଼ ସହରରେ ଆୟୋଜିତ ହେବାକୁ ଯାଉଛି ୩୨ତମ ରାଜ୍ୟ ସ୍ତରୀୟ ଉଷୁ ଚାମ୍ପିଅନ୍ସିପ୍। ଚଳିତ ମାସ ୨୧ ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ମୋଟ ୨୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ।ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାଟି ସବ୍-ଜୁନିଅର, ଜୁନିଅର ଓ ସିନିୟର—ଏହିପରି ୩ଟି ବର୍ଗରେ ବିଭିନ୍ନ ଇଭେଣ୍ଟ ମାଧ୍ୟମରେ ଆୟୋଜିତ ହେବ। ଅନୁଗୋଳ ଜିଲ୍ଲା ଉଷୁ ସଂଘର ସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, କାର୍ଯ୍ୟକାରୀ ସଭାପତି ଶ୍ରୀ ଦିନେଶ ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଅକ୍ଷୟ ସିଠ, ଜିଲ୍ଲା ଉଷୁ ଆଡଭାଇଜର ଶ୍ରୀ ଦୋଳଗୋବିନ୍ଦ ଦଳେଇ, ଶ୍ରୀ ଦୁଷ୍ମନ୍ତ ସାହୁ, ଶ୍ରୀ ତପନ କୁମାର ସାମଲ, କୋଷାଧ୍ୟକ୍ଷ ଶ୍ରୀ ବିନୋଦ ନାଏକ, ଯୁଗ୍ମ ସମ୍ପାଦକ ଅରୁଣ ନାଏକ ଏବଂ ଜିଲ୍ଲା ଉଷୁ ସମ୍ପାଦକ ତଥା ଅନ୍ତର୍ଜାତୀୟ ଜଜ୍ ଶ୍ରୀ ସୁଶାନ୍ତ ନାଏକ ପ୍ରମୁଖ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଜିଲ୍ଲା ପାଇଁ ସୁନାମ ଆଣିବା ଲକ୍ଷ୍ୟରେ କୋଚ୍ ସୁନୀତା ଦାସ, ପପୁନୁ ସାମନ୍ତ ଏବଂ ସହକାରୀ କୋଚ୍ ବାବୁଲ ମୁଣ୍ଡା ପ୍ରମୁଖ ଦଳ ସହିତ ସାମିଲ ହୋଇ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।



