ଶିକ୍ଷାର ସାମଗ୍ରୀକ ବିକାଶ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା
ପିଏମଆଇଟିରେ ନୂତନ ଛାତ୍ରଛାତ୍ରୀଙ୍କର ସ୍ୱାଗତ ସମ୍ବର୍ନ୍ଧନା ଉତ୍ସବ
ତାଳଚେର, ୨୦/୦୮ ପବିତ୍ର ମୋହନ ଇନଷ୍ଟିଚ୍ୟୁଟ୍ ଟେକଲୋଜି ଠାରେ ଆଜି ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ନ୍ଧନା ଉତ୍ସବରେ ହିଙ୍ଗୁଳା କୋଇଲା ଖଣି କ୍ଷେତ୍ରର ପ୍ରବନ୍ଧକ ସୁନିଲ ଯୋଶୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଉଦଘାଟନ କରି ଶିକ୍ଷାର ସାମଗ୍ରୀକ ବିକାଶକ୍ଷେତ୍ରରେ ଛାତ୍ରଛାତ୍ରୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବା ସହ ଛାତ୍ରଛାତ୍ରୀମାନେ ନିଜର ଆତ୍ମବଳ, ପ୍ରଚେଷ୍ଟା ଏବଂ ଇଚ୍ଛାଶକ୍ତି ସହ ଅଧ୍ୟନ କଲେ ନିଶ୍ଚିତ ଭାବେ ଶିକ୍ଷାକ୍ଷେତ୍ରରେ ସଫଳତା ହାସଲ କରିବା ସହ ଦେଶର ପ୍ରଗତି ଏବଂ ଉନ୍ନତି ସୁନିଶ୍ଚିତ ବୋଲି ଅଭିଭାଷଣରେ ପ୍ରକାଶ କରିଥିଲେ । ସେହିଭଳି ଲିଙ୍ଗରାଜ କୋଇଲା ଖଣି କ୍ଷେତ୍ର ଡ଼ିଏଭି ପବ୍ଲିକ ସ୍କୁଲର ସଞ୍ଜୁକ୍ତା ପୃଷ୍ଟି ମୁଖ୍ୟବକ୍ତାଭାବେ ଯୋଗଦେଇ ପ୍ରତ୍ୟେକ ଇଞ୍ଜିନିଅର ଛାତ୍ରଛାତ୍ରୀ ନିଜକୁ ବୈଷୟିକ ଜ୍ଞାନକ୍ଷେତ୍ରରେ ଅଧିକରୁ ଅଧିକ ଜ୍ଞାନକୌଶଳ ଶିଖିବା ସହ ନିଯୁକ୍ତି ପାଇଁ ପ୍ରକାଶ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷତା ସ୍ୱପନିତା ପଣ୍ଡା ଯୋଗଦେଇ ନିଜର ମୌଳିକ ମୂଲ୍ୟବୋଧ ଏବଂ ପ୍ରାକ୍ଟିକାଲ ଟ୍ରେନିଙ୍ଗକୁ ଗୁରୁତ୍ୱଦେଇ ଡ଼ିଜିଟାଲ ଇଣ୍ଡିଆ ଏବଂ ମେକଇନଇଣ୍ଡିଆର ପାରଦର୍ଶିତା ଲାଭ କରିବାକୁ ଉଦବୋଧନ ଦେଇଥିଲେ । ବିକାଶ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ମୃଦୁଳା ଟି ପ୍ରଧାନ ଛାତ୍ରଛାତ୍ରୀଙ୍କୁ ଇଞ୍ଜିନିଅରିଙ୍ଗ ଶିକ୍ଷାକ୍ଷେତ୍ରରେ ଦୁଇପାଦ ବଢ଼ିବାକୁ ଆହ୍ୱାନ ଦେଇଥିଲେ । ଏଥିସହ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜର ଅଭିଭାବକ ମାନଙ୍କର ପଥକୁ ଅନୁଶରଣ କରିବା ପାଇଁ ପ୍ରକାଶ କରିଥିଲେ । ପିଏମଆଇଟି ଅନୁଷ୍ଠାନର ମାଇନିଙ୍ଗ ଇଞ୍ଜିନିଅରିଙ୍ଗ ଛାତ୍ରୀ ସୁଭଶ୍ରୀ ନନ୍ଦ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀମତୀ ପ୍ରଧାନ ଅତିଥିମାନଙ୍କୁ ସମ୍ମାନ ଦେଇସମ୍ବର୍ନ୍ଧିତ କରିଥିଲେ । ଶେଷରେ ଅନୁଷ୍ଠାନର ଉପାଧ୍ୟକ୍ଷ ନରେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଏକାଡ଼େମୀ ଡ଼ିରେକ୍ଟର ଶରତ ବିଶ୍ୱାଳ, ରାଜେନ୍ଦ୍ର ମହାପାତ୍ର, ସମସ୍ତ କମଚାରୀ, ଛାତ୍ରଛାତ୍ରୀ ଅଭିଭାବକ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।



