ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢାଇଲେ ଖରସ୍ରୋତା ପୁସ୍ତକ ମେଳା କମିଟି

ଯାଜପୁର __ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଜରି ପଞ୍ଚାୟତର ନଉବାଙ୍କ ଓ ହଳଦୀଡିହ ମଝିରେ ଘାଇ ହୋଇଥିବା ପାଖରେ ସାହାଣୀ ସାହି ଯେଉଁଠି କି ଯିବା ସମ୍ଭବ ପର ନୁହେଁ ଚାରି ପାଖରେ ପାଣି ।ସେଇ ଯାଗାକୁ ହୁଲି ଡଙ୍ଗା ସାହାଯ୍ୟରେ ଜିବନ କୁ ପଛରେ ପକାଇ ଖରସ୍ରୋତା ପୁସ୍ତକ ମେଳା କମିଟି,ରଜ ମହୋତ୍ସବ ଏବଂ ସ୍ବେଛାସେବୀ ସଂସ୍ଥା ପିପୁଲଶ ପକ୍ଷରୁ ଯାଇ ସେମାନଙ୍କୁ ଚୁଡା, ମୁଢ଼ି, ବିସ୍କୁଟ, କଦଳୀ, ପନିପରିବା, ପଶୁ ମାନଙ୍କ ପାଇଁ ଚୋକଡ, ପାଣି ବୋତଲ,ଖାତା,ପେନ୍ ଆଦି ଦିଆ ଯାଇଥିଲା।ଏ ଜିନିଷ ପାଇ ଭାରି ଖୁସି ହୋଇଯାଇଥିଲେ। ସେମାନଙ୍କ ମୁହଁରେ ଗୋଟିଏ କଥା ଭାଇ ତ ଭାଇ ପଦ୍ମାକର ଭାଇ ବୋଲି କହିଥିଲେ । ଗତ ଦୁଇଦିନ ଧରି ଖରସ୍ରୋତା ପୁସ୍ତକ ମେଳା କମିଟି, ରଜ ମହୋତ୍ସବ କମିଟି ଓ ସ୍ବେଛାସେବୀ ସଂସ୍ଥା ପିପୁଲଶ ପକ୍ଷରୁ କଲ୍ୟାଣ ପୁର ର ଇଚ୍ଛାପୁର,ଜରି ପଞ୍ଚାୟତର ସାହାଣୀ ସାହି,କୁଳସାହି,ଜରି ବାଙ୍କ ଓ ରଣପୁର ପଞ୍ଚାୟତର ରଣପୁର ର କୁମ୍ଭାର ସାହି,ନରଣପୁର ଏବଂ ବିଞ୍ଝାରପୁର ର ଟିଣା ପଞ୍ଚାୟତର ଶିଶିରଣା ଆଦି ସ୍ଥାନରେ ବନ୍ୟା ବିପନ୍ନଙ୍କୁ ସାହାଯ୍ୟ ଯୋଗାଇ ଦିଆଯାଇ ଥିଲା। ସେମାନଙ୍କ ମୁହଁରେ ଗୋଟିଏ କଥା ଥିଲା ବାଲା ଦିଅ ନ ଥିବା ଲୋକ ନିଅ । ଆଜିର ଏହି ସେବାରେ ଯେଉଁ ମାନେ ସହଯୋଗ କରିଥିଲେ ସେମାନେ ହେଲେ ସମାଜସେବୀ ପଦ୍ମାକର ଗୁରୁ,ଶିଶିର ଦାସ, ସରୋଜ କୁମାର ସାହୁ, ଶଙ୍କର୍ଷଣ ଦାଶ, ପ୍ରଫୁଲ୍ଲ ମହାକୁଡ଼, ରମେଶ ସାମଲ, ନାରାୟଣ ପଣ୍ଡା, ନରେନ୍ଦ୍ର ସାମଲ,ପ୍ରଶାନ୍ତ ଦାଶ, ସୁବାସ ଜେନା, ପ୍ରମୋଦ ସାମଲ, ସୁରେନ୍ଦ୍ର ପତି, ପ୍ରଶାନ୍ତ ନାୟକ, ଆଡଭୋକେଟ୍ ଅମ୍ବିକା ପ୍ରସାଦ ସାମଲ, ସନ୍ତୋଷ ରାଉତ ପ୍ରମୁଖ ସହଯୋଗ କରିଥିଲେ।





