ଖାନ୍ ଏକାଡେମୀ କାର୍ଯ୍ୟକ୍ରମର ଅମ୍ବାଭୋନା ବ୍ଲକସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ବରଗଡ:୨୧/୦୮(ପବିତ୍ର ମେହେର):ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ଖାନ୍ ଏକାଡେମୀ କାର୍ଯ୍ୟକ୍ରମର ବ୍ଲକସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବିଇଓ ଭାବନା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏବିଇଓ ଲାଲ ମୋହନ ସିଂ, ପୁରୁଷୋତ୍ତମ ହାଇସ୍କୁଲ ରୁଚିଦାର ପ୍ରଧାନ ଶିକ୍ଷକ ଅଜୟ ମେହେର, କେଦାରନାଥ ସରକାରୀ ଆଦିବାସୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ରଥ ଓ ରାଜ୍ୟ ସାଧନ କର୍ମୀ ସଞ୍ଜୟ ଖମାରୀ ମଞ୍ଚାସୀନ ଥିଲେ। ଖାନ୍ ଏକାଡେମୀ ପୋର୍ଟାଲରେ ଶିକ୍ଷାର୍ଥୀଙ୍କ ପଞ୍ଜିକରଣ, ସକ୍ରିୟ ଯୋଗଦାନ ଓ ଗଣିତ ଏବଂ ବିଜ୍ଞାନ ବିଷୟ ଭିତ୍ତିକ ଦକ୍ଷତା ହାସଲ ସମ୍ପର୍କରେ ଆଲୋଚନା ହୋଇଥିଲା। ରାଜ୍ୟ ସାଧନ କର୍ମୀ ସଞ୍ଜୟ ଖମାରୀ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିବାବେଳେ ରାଜ୍ୟ ସାଧନ କର୍ମୀ ପ୍ରଭାତ ନାଏକ ଓ ଶୁଭାଶିଷ ଜଗତ ପୂର୍ଣ୍ଣ ସଫଳତା ପାଇବା ପାଇଁ ଯୋଜନାବଦ୍ଧ ଭାବରେ କାର୍ଯ୍ୟ କରିବାକୁ ହେବ ବୋଲି ସୂଚନା ଦେଇଥିଲେ।ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜ କର୍ତ୍ତବ୍ୟ ବୋଧ ପ୍ରତି ସଚେତନ ହେଲେ ଖାନ୍ ଏକାଡେମୀ ଦ୍ୱାରା ପରିଚାଳିତ ବିଜ୍ଞାନ ଓ ଗଣିତ ବିଷୟରେ ଶିକ୍ଷାର୍ଥୀମାନେ ଦକ୍ଷତା ହାସଲ କରିପାରିବେ ବୋଲି ବିଇଓ ଶ୍ରୀମତି ସାହୁ ଓ ଏବିଇଓ ଲାଲ ମୋହନ ସିଂ ମତବ୍ୟକ୍ତ କରିଥିଲେ।ସି ଆର ସି ସି କେଦାର ନାଏକ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ରାଜ୍ୟ ସାଧନ କର୍ମୀ ତସିଲ ବଗାର ଧନ୍ୟବାଦ ଅର୍ପଣ କରିଥିଲେ।ଆଲୋଚନାରେ ବ୍ଲକର ପ୍ରଧାନ ଶିକ୍ଷକ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ସି ଆରସିସି ସକ୍ରିୟ ଅଂଶଗ୍ରହଣ କରିଥିଲେ।




