ୟୁନିଅନ ଫର କଟକ ସଦର ଡେଭଲପମେଣ୍ଟ ଦ୍ୱାରା ସ୍ୱାସ୍ଥ୍ୟ ଶିବିର

କଟକ କଳପଡl କଲ୍ୟାଣ ମଣ୍ଡପ ଠାରେ ୟୁନିଅନ ଫର କଟକ ସଦର ଡେଭଲପମେଣ୍ଟ ଦ୍ୱାରା ଉତ୍କଳ ହସ୍ପିଟାଲ ସହଯୋଗରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି, ବିଶିଷ୍ଟ ସମାଜ ସେବକ ମନୋଜ ନାୟକ ଏହାକୁ ବିଧିବଦ୍ଧ ଭାବେ ଉଥ ଘାଟନ କରିଥିଲେ, ଏହି ଶିବିରରେ ସବୁ ବିଭାଗର ଡାକ୍ତର ମାନେ ଉପସ୍ଥିତ ଦେଖିବାକୁ ମିଳିଥିଲା, ଏଥିରେ ମେଡ଼ିସିନ, ହୃତପିଣ୍ଡ, ଅସ୍ଥିସଲ୍ୟ, ନିୟୁରଲୋଜି, ଗାଇନିକ, ଶିଶୁ ରୋଗ ବିଭାଗର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା, ଏହା ଛଡା ଡାକ୍ତର ଙ୍କ ପରାମର୍ଶରେ ରକ୍ତ ପରୀକ୍ଷା ତଥା ଇସିଜି କରାଯାଉଥିଲା, ଏହି ସ୍ୱାସ୍ଥ୍ୟ ଶିବିରରେ ଜନସାଧାରଣଙ୍କ ଚକ୍ଷୁ ପରୀକ୍ଷା ସହିତ ମାଗଣା ଚଷମା ମଧ୍ୟ ଦିଆଯାଉଥିଲା, 42 ମୋୖଜ଼ାର 6 ଟି ପଂଚାୟତ ସହିତ ଆଖପାଖ ଅଂଚଳର ଜନସାଧାରଣ ମାନେ ଏହି ଶିବିରକୁ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିବାର ଦେଖାଯାଇଥିଲା
ପାଖାପାଖି ୫୦୦ରୁ ଉର୍ଦ୍ଧ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ ବୋଲି ସଂଗଠନର ମୂଖ୍ୟ ଶ୍ରୀ ନାୟକ କହିଛନ୍ତି,ୟୁନିଅନ ଫର କଟକ ସଦର ଡେଭଲପମେଣ୍ଟ ଏହିଭଳି ସମାଜ ସେବା ଆଗକୁ ମଧ୍ୟ ଜାରି ରଖିବ,ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଂଗଠନର ଉପଦେଷ୍ଟା ବିଜୟ କୁମାର ନାୟକ, ସମରେନ୍ଦ୍ର ମହାପାତ୍ର, ସରୋଜ ଶାସମଲ, ଆନନ୍ଦ ଦେବତା, ସୁଦର୍ଶନ ଜେନା, ଅଭିମନ୍ୟୁ ସାହୁ, ପ୍ରକାଶ ମାଝୀ, ଚନ୍ଦନ ପରିଡା, ସ୍ମୃତି ରଞ୍ଜନ ଦାସ, ପୂର୍ବତନ ସରପଞ୍ଚ ସରୋଜ କୁମାର ନାୟକ,




