ଜେସିଆଇ ପକ୍ଷରୁ ବୁଡ଼ି ଅଂଚଳକୁ ୫ଟ୍ରିପ ରିଲିଫ ପ୍ରଦାନ
ତାଳଚେର ଉପଜିଲ୍ଳାପାଳ ଆଶିଷରଞ୍ଜନ ସାହୁ ପତାକା ଦେଖାଇ କଲେ ଉଦଘାଟନ
଼ତାଳଚେର, ୨୪/୦୮ ଲଘୁଚା ଚାପଜନିତ ବର୍ଷାର ପ୍ରକୋପ ଆଜକୁ ୧ମାସ ହେବ ଲାଗି ରହିଥିବାରୁ ନଦୀନାଳ ପରିପୂର୍ଣ୍ଣ ହେବା ସହିତ ଗାଁଘରେ, ରାସ୍ତାଘାଟରେ ପାଣିପଶି ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଖବର ଦୈନନ୍ଦିନ ପ୍ରକାଶିତ ହେଉଛି । ଏହି ଲଗାଣ ବର୍ଷା ଯୋଗୁଁ ଲୋକମାନେ ଘରଛାଡ଼ି କିଏ ରାସ୍ତା ଉପରେ ପାଲଟାଣି ରହୁଥିବା ବେଳେ ଆଉ କିଏ ବାତ୍ୟା ଆଶ୍ରୟସ୍ଥଳୀରେ ରହୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ତାଳଚେର ଜେସିଆଇ ପକ୍ଷରୁ ୫ଟ୍ରିପ ରିଲିଫ ଭଦ୍ରକ ଜିଲ୍ଳାର ବନ୍ୟାପ୍ରଭାବିତ ଲୋକଙ୍କ ଉଦ୍ଦେଶ୍ୟରେ ପଠାଯାଇଛି । ଏହି ଟ୍ରକ ଗୁଡ଼ିକୁ ତାଳଚେର ଉପଜିଲ୍ଳାପାଳ ଆଶିରଞ୍ଜନ ସାହୁ ପତାକା ପ୍ରଦର୍ଶନ କରାଇ ଉଦଘାଟନ କରିଥିଲେ । ମଦନମୋହନ ଧର୍ମଶାଳା ଓ ଜେସିଆଇର ଏହି କାର୍ଯ୍ୟକ୍ରମକୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

August 25, 2026/
No Comments


