ଖରସ୍ରୋତା ପୁସ୍ତକ ମେଳା କମିଟି ଓ ରଜ ମହୋତ୍ସବ ଓ ପିପ୍ପୁଲଶ ଅନୁଷ୍ଠାନ ପକ୍ଷରୁ ବନ୍ୟା ଘେରରେ ଥିବା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଯାଜପୁର _ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ଅନ୍ତର୍ଗତ ହଳଦୀଡିହ ପଞ୍ଚାୟତରେ ଗତ ବନ୍ୟାରେ ନାହିଁ ନଥିବା ଦୁର୍ଦ୍ଦଶା ରେ ସ୍ଥାନୀୟ ଅଧିବାସୀ ମାନେ ଗତି କରୁଥିବା ବେଳେ ସେମାନଙ୍କ ପାଖରେ ଖରସ୍ରୋତା ପୁସ୍ତକ ମେଳା କମିଟି,ରଜମୋହସବ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ପିପ୍ପୁଲଶ ଅନୁଷ୍ଠାନ ପକ୍ଷରୁ ଚୁଡ଼ା,ମୁଢ଼ି, ବିସ୍କୁଟ,ପାଣି ବୋତଲ, ଅମୁଲୁ,ଚିନି , ପଶୁମାନଙ୍କ ପାଇଁ ଦାନା ଆଦି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ସେମାନେ ଏସବୁ ଜିନିଷ ପାଇଁ ଖୁସି ହୋଇଥିଲେ।ଆଜିଥିଲା ଅନୁଷ୍ଠାନର ଷଷ୍ଠ ଦିନରେ ରିଲିଫ ବଣ୍ଟନ। କମିଟିର ଗୋଟିଏ କଥା ଥିଲା ବାଲା ଦିଅ ନ ଥିଲା ବାଲା ନିଅ । ଆଜିର ଏହି କାର୍ଯ୍ୟକ୍ରମରେ ଯେଉଁ ମାନେ ସହଯୋଗ କରିଥିଲେ ସେମାନେ ହେଲେ ସଭାପତି ପଦ୍ମାକର ଗୁରୁ, ପ୍ରଫୁଲ୍ଲ ମହାକୁଡ଼, ରମେଶ ସାମଲ, ସରୋଜ କୁମାର ସାହୁ, ନରେନ୍ଦ୍ର ସାମଲ, ସୁବାସ ଜେନା,ମାନସ ଦାସ, ଆଡଭୋକେଟ୍ ଅମ୍ବିକା ପ୍ରସାଦ ସାମଲ,ଭାରତଭୁଷଣ ମଲ୍ଲିକ, ନାରାୟଣ ଚନ୍ଦ୍ର ଦାସ,କଳିଙ୍ଗ ମହାକୁଡ଼, ନରୋତ୍ତମ ଯେନା,କାଶି ଗୁରୁ,ବେଣୁଧର ସାହୁ,ମନୁଆ ସାହୁ,ସଲବା ଦାଶ, ଯଜୟ ବେହେରା, କ୍ଷୀରୋତ ମଲିକ,ପ୍ରମୁଖ ଯୋଗଦେଇ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।




